pakka

ଚାଷୀ ସର୍ବେକ୍ଷଣ ଫର୍ମ ପୂରଣ ନେଇ ଟଙ୍କା ଆଦାୟ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ‘କାଳିଆ’ ଯୋଜନାରେ ସହାୟତା ପାଉଥିବା ଚାଷୀଙ୍କ ବାବଦରେ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାର କୃଷି ବିଭାଗକୁ ନିର୍ଦେଶ ନାମା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଲକର ୨୦ଟି ଯାକ ପଂଚାୟତର ଚାଷୀଙ୍କଠାରୁ ରବିବାର ସ୍ଥାନୀୟ କୃଷି ବିଭାଗ କୃଷକ ସାଥୀ ଏବଂ ସହଯୋଗୀଙ୍କ ଜରିଆରେ ଏକ ସର୍ବେକ୍ଷଣ ପତ୍ର ସଂଗ୍ରହ କରିବା ଜାରି ରଖିଛି । ତେବେ କେଉଁ ପଂଚାୟତରେ ସର୍ବେକ୍ଷଣ ପତ୍ର ପିଛା ୫ ଟଙ୍କା ଆଦାୟ କରାଯାଉ ଥିବା ବେଳେ ଆଉ କେଉଁଠି ଫର୍ମ ପୂରଣ ନାଁରେ ଜଣ ପିଛା ୫୦ ଟଙ୍କା ଅସୁଲି କରାଯାଇଥିବା ଅଭିଯୋଗ ହୋଇଛି । ବୁର୍ଡ।, ବାଦୀବାହାଲ, ବୁଢ଼ୀପଦର ପଂଚାୟତରେ ଫର୍ମ ଗୋଟାକ ୫ ଟଙ୍କା ଦରରେ ସ୍ଥାନୀୟ ଦୋକାନରେ ବିକ୍ରି ହେଉଥିବା ବେଳେ ହୀରାପୁର ପଞ୍ଚାୟତର ମଣ୍ଡିଆପଦର, ବାର୍ଡୁଲ, ଗୋପାଳପୁର, ହୀରାପୁର ଗାଁରେ ଜଣପିଛା ୫୦ ଟଙ୍କା ଅସୁଲି କରାଯାଇଥିବା ଅଭିଯୋଗ ହୋଇଛି । କାହିଁକି ଏବଂ କଣ ପାଇଁ ଏହି ଟଙ୍କା ଅସୁଲି କରାଯାଇଛି, ସେ ନେଇ ବିଭାଗୀୟ କର୍ମଚାରୀମାନେ କୌଣସି ସୂଚନା ଦେଇପାରି ନ ଥିଲେ । ଲୋଇସିଂହା ବ୍ଲକ କୃଷି ଅଧିକାରୀ ଉମାଶଙ୍କର ମିଶ୍ରଙ୍କୁ ଏ ବାବଦରେ ପଚାରିବାରୁ ସେ ଏ ନେଇ ଅବଗତ ନ ଥିବା ପ୍ରକାଶ କରିଥିଲେ । ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.

1 × five =