csstore

ତେଲେନ୍ ଜୋର୍ ବ୍ରିଜ୍ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁଟଜୁରି ଗାଁର ତେଲେନ୍ ଜୋର୍‌ର ବ୍ରିଜ୍ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସମିତି ସଭ୍ୟ ଗିରିରାଜ ସିଂ ମାଝି ଅଭିଯୋଗ କରିଛନ୍ତି । ଶ୍ରୀ ମାଝିଙ୍କ ଅଭିଯୋଗ ଅନୁସାରେ ଚାରିମାସ ଆଗରୁ ମରାମତି ଓ ରକ୍ଷଣା ବେକ୍ଷଣ ଯୋଜନାରେ ୩ ଲକ୍ଷ ଟଙ୍କାର କାମ ହୋଇଥିଲା । କିନ୍ତୁ କାମ ନିମ୍ନମାନର ହେଉଥିବାରୁ ଚଉଳସୁଖା ଗ୍ରାମ ପଂଚାୟତ ସମିତି ସଭ୍ୟ ଗିରିରାଜ ସିଂ ମାଝି କାମ ବନ୍ଦ କରିବା ପାଇଁ କହିବାରୁ ସେମାନେ କାମ ଠିକ୍‌ ଠାକ୍‌ କରିବୁ ବୋଲି କହିଥିଲେ କିନ୍ତୁ ନିମ୍ନମାନର କାମ କରି ସେମାନେ ବିଲ କରି ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି । କିଛିଦିନ ପରେ ସେହି ଜାଗାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବ୍ଲକ ଅଧ୍ୟକ୍ଷା, ବିଡିଓ, ଜେଇଇ ସମସ୍ତଙ୍କ ସମ୍ପୃକ୍ତିରେ ପୁଣି ସେହି ଜାଗାରେ ବ୍ରିଜ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଆଣି ଅତି ନିମ୍ନମାନର କାମ କରି ଆଗରୁ ଥିବା ତଥ୍ୟ ଫଳକକୁ ପୁଣିଥରେ ରଙ୍ଗ ବୋଳି ଦେଇ ତା’ ଉପରେ ୧୦ଲକ୍ଷ ଟଙ୍କାର କାମ ହୋଇଛି ବୋଲି ଲେଖିଦେଇ ସବୁ ଟଙ୍କା ହଡପ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରଶାସନକୁ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.