jsm

ଜୟପାଟଣାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଓ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଚଳିତ ବର୍ଷ ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୫୭ ଗୋଟି ବିଦ୍ୟାଳୟରୁ ୨୫୨ ଜଣ କୃତି ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ପ୍ରତିଯୋଗିତାର ଶୁଭାରମ୍ଭ କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବରେ ଶ୍ରୀ ପଣ୍ଡାଙ୍କ ସହିତ ସଂଯୋଜକ ସୁରେନ୍ଦ୍ର ମୋହନ ଯୋଷୀ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଭାତ ଖମାରୀ, ସାମ୍ବାଦିକ ପ୍ରାଣରଞ୍ଜନ ବେହେରା, ଅଶ୍ରଫ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉପ କନିଷ୍ଠ ବିଭାଗରୁ ମୁଣ୍ଡରାଗୁଡା ପ୍ରାଥମିକ ବିଦ୍ୟାଳୟର ଟିକଚାନ୍ଦ ନାଏକ, ଉପ କନିଷ୍ଠ ବିଭାଗରୁ ଗାନ୍ଧିଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନଳିନୀପ୍ରଭା ମାଝୀ ଓ ବରିଷ୍ଠ ବିଭାଗରୁ ପାଇକ କେନ୍ଦୁମୁଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦିବ୍ୟାଞ୍ଜଳି ହଂସ ବ୍ଲକରେ ସର୍ବୋଚ୍ଚ ନମ୍ବର ରଖି ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ସିଆର୍‌ସିସି, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.