oom

ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ’ ସ୍କୁଲ ଅଭିଯାନ : ସ୍କୁଲର ମୌଳିକ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଲେ ସିଆରସିସିଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଜୋତ୍ସାଞ୍ଜଳୀ ସାହୁଙ୍କ ଆବାହକତ୍ବରେ ଶନିବାର ୧୧ଟା ସମୟରେ ମୋ’ ସ୍କୁଲ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଶ୍ରୀମତୀ ସାହୁ ସରକାରଙ୍କ ଉଦ୍ଦେଶ୍ୟ ବିଷୟରେ ଅବଗତ କରିବା ସହ ସ୍କୁଲର କିଛି ମୌଳିକ ସମସ୍ୟା ଉପରେ ଆଲୋକପାତ କରି ସମାଧାନ ପାଇଁ ଅବିଭାବକ ତଥା ସ୍କୁଲ ପରିଚାଳନା କମିଟିକୁ ଅନୁରୋଧ କରିଥିଲେ । ସିଆରସିସି ଜୟଦେବ ବିଶି ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଉପସ୍ଥିତ ଅଭିଭାବକମାନଙ୍କ ଠାରୁ ୨୫ ହଜାର ଅର୍ଥ ରାଶି ଆଦାୟ ହୋଇଥିଲା ।

ଏହି କାର୍ୟ୍ୟକ୍ରମରେ ଦେଓଗାଁ ସରପଞ୍ଚ ତଥା ପୁରାତନ ଛାତ୍ରୀ ନିନା ଛତ୍ରିଆ, ଦେଓଗାଁ ବଣିକ ସଂଘ ସଭାପତି ବାବୁଲାଲ ଅଗ୍ରୱାଲ, ସମିତି ସଭ୍ୟ ଜନ୍ମେଜୟ ସାହୁ, ଡା. ସରୋଜ ସାହୁ, ଆଦିତ୍ୟ ସା, କାର୍ତ୍ତିକ ମଲ୍ଲିକ, କିଶୋର ସାହୁ, କୃଷ୍ଣ ପ୍ରସାଦ ପାଣିଗ୍ରାହୀ, ଦୟାମୟ ସାହୁ, ସୀତା ସିଂବାବୁ, ବିନୋଦିନୀ ସେଠ, ମୁନି ସେଠ ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷୟତ୍ରୀ ଜୋତ୍ସା ମିଶ୍ର, ସ୍ବର୍ଣ୍ଣପ୍ରଭା ମିଶ୍ର, ରୀତା ମହାନ୍ତି, ଶାନ୍ତିଲତା ନାୟକ, ମିଲି ଦୋରା, ସୁଜାତ ତାଣ୍ଡି, ଜ୍ୟୋତିର୍ମୟୀ ସାହୁ, ରବିନ୍ଦ୍ରନାଥ ଗୌଡ଼, କଳ୍ୟାଣୀ ପୁଟା, ଅର୍ଜୁ ନାଗ, ବୁଲୁ ପାତ୍ର ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.