ଅବସରକାଳୀନ ସମର୍ଦ୍ଧନା ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାର ଅନ୍ୟତମ ପୁରାତନ କଲେଜ ଲରମ୍ଭା ମହାବିଦ୍ୟାଳୟର ଲେବଟ୍ରେରୀ ଆସିଷ୍ଟାଣ୍ଟ (ପଦାର୍ଥ) ଧବଳେଶ୍ଵର ଗୁରୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଅଧ୍ୟକ୍ଷତା କରିଥିଲେ । ଲରମ୍ଭା ମହାବିଦ୍ୟାଳୟର ପ୍ରଫେସର ଡ଼ଃ ଅମୃତା ସାମନ୍ତ, ପ୍ରଫେସର କିଶୋର କୁମାର ମହାନ୍ତି, ଡଃ ଦିଗମ୍ବର ଚାନ୍ଦ, ପ୍ରଫେସର ଅଶୋକ କୁମାର ମହାନ୍ତି ଅବସରପ୍ରାପ୍ତ ଗୁରୁଙ୍କ ଦୀର୍ଘ ୩୯ ବର୍ଷର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ ।ଅବସରପ୍ରାପ୍ତ ଧବଲେଶ୍ୱର ଗୁରୁ ଚାକିରିରେ ୧୯୮୩ ମସିହାରେ ଯୋଗଦାନ କରିଥିଲେ । ସେ ସମୟରେ ସ୍ଵର୍ଗତ ଶିକ୍ଷାବିତ୍ ତଥା ଫିଲ୍ମ ଅଭିନେତା ଶରତ ଚନ୍ଦ୍ର ପୂଝାରୀ ଅଧ୍ୟକ୍ଷ ଭାବେ କାର୍ୟ୍ୟ କରୁଥିଲେ । ଅବସରପ୍ରାପ୍ତ ଧବଳେଶ୍ଵର ଗୁରୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଭାରେ ଡକ୍ଟର ଶାନ୍ତିଲତା ବାରିକ, ମନୋରଞ୍ଜନ ତ୍ରିପାଠୀ, ପବିତ୍ର ମାହାଣା, ପ୍ରମୋଦ କୁମାର ସେଠ୍, ପ୍ରଦୀପ ପଣ୍ଡା, ସରୋଜ ନାୟକ, ରବିନ୍ଦ୍ର ନାୟକ, ଲିଙ୍ଗରାଜ ପୋଢ, ବିଦେଶୀ ଛନ୍ଦ ପ୍ରମୁଖ ଉପସ୍ଥିତି ଥିଲେ ।

Leave A Reply

Your email address will not be published.