ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ୨ ଜଣ କାର୍ଯ୍ୟକର୍ତ୍ତାଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ୨ ଜଣ କାର୍ଯ୍ୟକର୍ତ୍ତା ଅବସର ଗ୍ରହଣ କରିଛନ୍ତି । ଘାଷିରାମ କାଲସାଏ ଏବଂ ରାଜେନ୍ଦ୍ର ମେହେରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଅଯାଇଥିଲା । ଉଭୟ ଦୀର୍ଘ ବର୍ଷ ଧରି ବଲାଙ୍ଗିର ଜିଲ୍ଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସଭାପତିତ୍ୱରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ତଥା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଉଭୟଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସମସ୍ତେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ । ଘାଷିରାମ କାଲସାଏ ୩୦ ବର୍ଷରୁ ଅଧିକ ଏବଂ ରାଜେନ୍ଦ୍ର ମେହେର ୨୮ ବର୍ଷରୁ ଅଧିକ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସେବା ସୂଚାରୁ ରୂପେ କରିଆସିଛନ୍ତି ।

Leave A Reply

Your email address will not be published.

15 − twelve =