jayashree

ମଣ୍ଡିରେ ଅବ୍ୟବସ୍ଥା କଟନି ଛଟନି ବିରୁଦ୍ଧରେ ଚାଷୀଙ୍କ ରାସ୍ତା ଅବରୋଧ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ମଣ୍ଡି ଗୁଡ଼ିକ କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଳମ୍ବ ସାଙ୍ଗକୁ ଅସ୍ୱାଭାବିକ କଟନି ଛଟନିକୁ ବିରୋଧ କରି କଳାହାଣ୍ଡି ଜିଲ୍ଳା ଅନ୍ତର୍ଗତ ବଡ କୁଟୁରୁ ସମବାୟ ସମିତିର ଶତାଧିକ ଚାଷୀ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ଦୁଇଟି ସ୍ଥାନରେ ସଡକ ଅବରୋଧ କରି ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଗତ ୨୦ତାରିଖରୁ କଳାହାଣ୍ଡି ଜିଲ୍ଲାର ସମସ୍ତ ମଣ୍ଡି ଖୋଲିବାର ପ୍ରଶାସନିକ ଘୋଷଣା ଥିବା ସତ୍ତ୍ୱେ ଅଦ୍ୟାବଧି କଲମପୁର ବ୍ଲକର ୧୬ଟି ମଣ୍ଡି ମଧ୍ୟରୁ ସାତଟି ମଣ୍ଡି ଖୋଲାଯାଇ ମାତ୍ର ୧୦୮ଜଣ ଚାଷୀଙ୍କ ଠାରୁ ୬୩୧୪ କ୍ଵିଣ୍ଟାଲ ଧାନ କିଣା ଯାଇଥିବା ବେଳେ ଅବଶିଷ୍ଟ ମଣ୍ଡି ଖୋଲିବାରେ ବିଳମ୍ବ ଦେଖାଦେଇଛି । ରବି ଅମଳ ସମୟରେ ଚାଷୀଙ୍କୁ ଅନେକ ବିପର୍ଯ୍ୟୟ ଓ କାଳବୈଶାଖୀର ସାମ୍ନା କରି ଉପଲବ୍ଧ ଧାନକୁ ସୁରକ୍ଷିତ ରଖିବା ଏକ ଗୁରୁତର ସମସ୍ୟା ଭାବରେ ଦେଖାଦେଉଥିବା ବେଳେ ବେଢ଼ି ଉପରେ କୋରଡ଼ା ସଦୃଶ ସାତରୁ ଆଠ କେଜି କଟନି ଚାଷୀଙ୍କ ସରକାର ଉପରେ ନିର୍ଭରଶୀଳତାକୁ ଗତିରୋଧ୍ କରୁଥିବା ଆଲୋଚନା ହେଉଛି । ଫଳରେ ଆଜି ଶତାଧିକ ଚାଷୀ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ବଡ଼ କୁଟୁରୁ ଛକ ଓ ବିଜମାରା ପାଖରେ ରାସ୍ତା ଅବରୋଧ କରି ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହି ବିକ୍ଷୋଭ ସମୟରେ ଶୃଙ୍ଖଳିତ ମଣ୍ଡି ସହିତ ସମସ୍ତ ମଣ୍ଡି କାର୍ଯ୍ୟକ୍ଷମ କରି ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କିଣିବା ପାଇଁ ସାମୂହିକ ସ୍ୱର ଉଠୁଥିବା ଦେଖିବାକୁ ମିଳିଥିଲା । ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଭାରିଯାନ ଅଟକି ରହିଥିବା ବେଳେ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ ହୋଇଥିଲେ ।

Leave A Reply

Your email address will not be published.