mahavir

ଖରିଫ ଧାନକିଣାରୁ ବାଦ୍ ପଡିଲେ ୧୫୮ ଚାଷୀ, ଜାତୀୟ ରାଜପଥ ଅବରୋଧ ପୂର୍ବକ ପ୍ରତିବାଦ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୨୦୨୫-୨୬ ଖରିଫ ଋତୁରେ ଧାନକ୍ରୟରୁ ବଲାଙ୍ଗିର ଜିଲ୍ଲାର ୧୫୮ ଜଣ ଚାଷୀ ବାଦ୍ ପଡିଛନ୍ତି । ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ମିଳିତ କୃଷକ ମଞ୍ଚ ପକ୍ଷରୁ ସାଲେଭଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର- ବରଗଡ ୨୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଯୁବନେତା ଆକାଶ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଗଠନର ସଦସ୍ୟ ତଥା ନବ ନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲା ସଂଯୋଜକ ହିମାଂଶୁ ସାହୁ, ବିଭୂଦତ୍ତ ମିଶ୍ର, କୌସ୍ତୁଭ ସାହୁ, କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଯୋଗ ଦେଇ ରାସ୍ତା ଅବରୋଧ କରିଥିଲେ । ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କ୍ରୟ କରାଯିବ ବୋଲି କୃଷି ମନ୍ତ୍ରୀ କହିଥିଲେ । ପରବର୍ତ୍ତୀ ସମୟରେ ଚାଷୀ ପିଛା ୧୫୦ କୁଇଣ୍ଟାଲରୁ ଅଧିକ ଧାନ କ୍ରୟ କଲେ ବୋନସ ଦିଆଯିବ ନାହିଁ ବୋଲି ଦୋମୁହାଁ ନୀତି ଅବଲମ୍ବନ କଲେ । ଏହି ସରକାର ଚାଷୀ ବିରୋଧୀ ବୋଲି କୃଷକ ନେତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.