jsm

ଟାଟା କମ୍ପାନୀର ଶୋଷଣ ବିରୋଧରେ ଆପ୍‌ର ଗର୍ଜନ

csstore

ବରଗଡ଼ (ସତ୍ୟନାରାୟଣ ପ୍ରଧାନ) : ଟାଟା କମ୍ପାନୀର ଶୋଷଣ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟିର ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ । ୨୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ସମସ୍ତ ପରିବାରଙ୍କୁ ବିନାମୂଲ୍ୟରେ ବିଦ୍ୟୁତ ଯୋଗାଇବାକୁ ଆପ୍ ଦାବୀ କରିଛି । ସେହିପରି ଏରିଅର ଅସୁଲିକୁ ବିରୋଧ କରିବା ସହ ଅଘୋଷିତ ପାୱାର କଟ୍ ଓ ୨୪ ଘଣ୍ଟା ବିଦ୍ୟୁତ ସରବରାହ ରଖିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ରବିବାର ଗାନ୍ଧୀଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଳା, ଅସିତ ସାହୁ, ସତ୍ୟବ୍ରତ ସାହୁ, ଦିଲୀପ ବାର୍ଳା, ଗୁରୁପ୍ରୀତ ସିଂ, ସିଲାସ ଲୁଗୁନ, ସବିତା ମଲ୍ଲିକ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.