ମହା ଶିବରାତ୍ରି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଜଗଳପାଟ ଗ୍ରାମପଞ୍ଚାୟତର ବଡସାହାଯବାହାଲ ଗ୍ରାମରେ ମହା ଶିବରାତ୍ରି ଉପଲକ୍ଷେ ଭଗବାନଙ୍କ ପାଖରେ ଏକ ୧୬ ପ୍ରହରୀ ହରିନାମଯଜ୍ଞ ଅନୁଷ୍ଠିତ ହେଉଛି । ପ୍ରଥମେ ଗ୍ରାମର ଶତାଧିକ ମହିଳା ମାନେ କଳସ ଶୋଭା ଯାତ୍ରା କରି ଗ୍ରାମର ପୋଖରୀରୁ ପାଣି ଆଣି ଯଜ୍ଞ ସ୍ଥଳରେ ସ୍ଥାପନା କରିଛନ୍ତି ଏବଂ ୩ ଦିନ ବ୍ୟାପି ଚାଲୁଥିବା ହରିନାମଯଜ୍ଞ ରବିବାର ଦିନ ପୂର୍ଣ୍ଣହୂତି ହେବ । ଏହି ନାମଯଜ୍ଞ ସୁଚାରୁ ରୂପେ ସମ୍ପାଦନ ହେବ ସେଥିପାଇଁ ଜଗଳପାଟ ଗ୍ରାମପଞ୍ଚାୟତର ପୂର୍ଵତନ ସରପଞ୍ଚ ତଥା ସମାଜସେବୀ ଡୋଲମଣୀ ସାହୁ ନିଜେ ଉପସ୍ଥିତ ରହି ପ୍ରତକ୍ଷ ତତ୍ୱାବଧାନରେ ଯଜ୍ଞ କାର୍ୟ୍ୟକ୍ରମ ସମ୍ପାଦନ କରୁଛନ୍ତି । ଏଥିରେ ଗ୍ରାମର ଗୌତିଆ କ‌ର୍ତ୍ତା ଭାବେ କାର୍ୟ୍ୟକ୍ରମ ତୁଲାଇ ଥିବା ବେଳେ ଗ୍ରାମବାସୀ ସମସ୍ତ ସାହାଯ୍ୟ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.