pakka

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବିଶ୍ୱ ସାଇକେଲ ଦିବସ ଅବସରରେ ଆଜି ଆରମ୍ଭ କଲେ ଦେଶବ୍ୟାପୀ କାର୍ଯ୍ୟକ୍ରମ; ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ କିରନ ରିଜିଜ୍ଜୁ, ମନସୁଖ ମାଣ୍ଡଭ୍ୟ ଓ ଶ୍ରୀମତୀ ମିନାକ୍ଷୀ ଲେଖି ଉପସ୍ଥିତ

bbehera
  • ଫିଟ୍ ଇଣ୍ଡିଆ ମୁଭମେଣ୍ଟ, ଖେଲୋଇଣ୍ଡିଆ ମୁଭମେଣ୍ଟ, କ୍ଲିନ ଇଣ୍ଡିଆ ମୁଭମେଣ୍ଟ ଓ ହେଲଦି ଇଣ୍ଡିଆ ମୁଭମେଣ୍ଟ ଭଳି ସମସ୍ତ ଅଭିଯାନ ସାଇକେଲ ଚାଳନା ଦ୍ୱାରା ସଫଳତା ହାସଲ କରିବା : ଅନୁରାଗ ଠାକୁର
  • ଅନୁରାଗ ଠାକୁର, ମନ୍ତ୍ରୀ, ସଂସଦ ସଦସ୍ୟ ଓ ୭୫୦ଯୁବ ସାଇକେଲ ଆରୋହୀଙ୍କ ସହ ୭.୫ କିଲୋମିଟର ଦୂର ସାଇକେଲ ଯାତ୍ରା କଲେ
  • ଦେଶରେ ୭୫ଟି ଐତିହ୍ୟ କୀର୍ତ୍ତିରାଜି ସ୍ଥଳ ସମେତ ଶହେରୁ ଊର୍ଦ୍ଧ୍ୱ ସ୍ଥାନରେ ଏନୱାଇକେଏସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଆୟୋଜିତ

ନୂଆଦିଲ୍ଲୀ, (ପିଆଇଭି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରୁ ବିଶ୍ୱ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେଠାରେ କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ କିରନ୍ ରିଜିଜ୍ଜୁ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମିନାକ୍ଷୀ ଲେଖି, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଂସଦ ସଦସ୍ୟ ଡକ୍ଟର ହର୍ଷବର୍ଦ୍ଧନ, ସଂସଦ ସଦସ୍ୟ ମନୋଜ ତିୱାରୀ, ସଂସଦର ସଦସ୍ୟ ରାମେଶ ବିଧୁରୀ, ଯୁବବ୍ୟାପାର ବିଭାଗ ସଚିବ ସଞ୍ଜୟ କୁମାର, କ୍ରୀଡାସଚିବ ଶ୍ରୀମତୀ ସୁଜାତା ଚର୍ତୁର୍ବେଦୀ ଓ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଦିଲ୍ଲୀର ଧ୍ୟାନ ଚାନ୍ଦ ଷ୍ଟାଡିୟମରୁ ଯାତ୍ରା ଆରମ୍ଭ କରିଥିବା ସାଇକେଲ ରାଲିର ନେତୃତ୍ୱ ଅନୁରାଗ ଠାକୁର ନେଇଥିଲେ । ସେଠାରେ ଉପସ୍ଥିତ ମନ୍ତ୍ରୀ ଓ ସାଂସଦଗଣ ତାଙ୍କ ସହ ଯୋଗଦେଇଥିଲେ । ଦିଲ୍ଲୀର ଏହି ୭.୫ କିଲୋମିଟର ଦୀର୍ଘ ରାଲିରେ ୧୫ଶହ ବ୍ୟକ୍ତି ଯୋଗ ଦେଇଥିଲେ । ଦେଶରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶହେରୁ ଅଧିକ ସ୍ଥାନ ଓ ୭୫ଟି ଐତିହ୍ୟ କୀର୍ତ୍ତିରାଜି ସ୍ଥଳରୁ ଏନୱାଇକେଏସ୍ ଆୟୋଜନ କରିଥିଲା। ପ୍ରତ୍ୟେକ ରାଲିରେ ୭୫ଜଣ ଲେଖାଏଁ ପ୍ରତିଯୋଗୀ ୭.୫ କିଲୋମିଟର ଦୂର ଅତିକ୍ରମ କରିଥିଲେ । ପତାକା ଦେଖାଇ ରାଲିର ଶୁଭାରମ୍ଭ ପୂର୍ବରୁ ଅନୁରାଗ ଠାକୁର ସମବେତ ବ୍ୟକ୍ତିଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଭାରତ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବା ବେଳେ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସମଗ୍ର ଦେଶରେ ସାଇକେଲ ରାଲି ଆୟୋଜନ ପାଇଁ ଏକ ଅନନ୍ୟ ପଦକ୍ଷେପ ନେଇଛି । ଦେଶ ସ୍ୱାଧୀନତାର ୭୫ବର୍ଷ ପାଳନ କରିବାକୁ ଯାଉଥିବାବେଳେ ସୁସ୍ଥ ଭାରତ ଗଠନ ସଂକଳ୍ପ ନେଇ ଏହି ରାଲି ଆୟୋଜିତ ହେଉଛି । ଶାରୀରିକ ଦକ୍ଷତା ନିମନ୍ତେ ଦୈନନ୍ଦିନ ଜୀବନରେ ସାଇକେଲ ଚଳାଇବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଶ୍ରୀ ଠାକୁର କହିଥିଲେ ଯେ “ଦେଶର ଜନସାଧାରଣ ଶାରୀରିକ ଦକ୍ଷତା ଅଭିଯାନରେ ଯୋଗଦେବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱାସ କରନ୍ତି । ଫିଟ ଇଣ୍ଡିଆ ଅଭିଯାନରେ ସାଇକେଲ ଚାଳନା ଏକ ବିରାଟ ଭୂମିକା ଗ୍ରହଣ କରିପାରିବ । ବିଶ୍ୱ ସାଇକେଲ ଦିବସ ଅବସରରେ ସମସ୍ତେ ସେମାନଙ୍କ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା ଏକ ଅଂଶ ଭାବେ ବିବେଚନା କରିବାକୁ ଆମେ ସ୍ପଷ୍ଟ ବାର୍ତ୍ତା ଦେଉଛୁ । ସାଇକେଲ ଚାଳନା ଆପଣମାନଙ୍କୁ ସୁସ୍ଥ ରଖିବ ଏବଂ ଏକ ସୁସ୍ଥ ଭାରତ ଗଠନ ମଧ୍ୟ ସହାୟକ ହେବ ।”
ଶ୍ରୀ ଠାକୁର ଆହୁରି କହିଥିଲେ ଯେ ସାଇକେଲ ଚାଳନା ଦ୍ୱାରା ଫିଟ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ, କ୍ଲିନ ଇଣ୍ଡିଆ ଓ ହେଲ ଦି ଇଣ୍ଡିଆ ମୁଭମେଣ୍ଟ ସବୁ ହାସଲ କରିହେବ । ଏହା ପ୍ରଦୂଷଣ ସ୍ୱର ମଧ୍ୟ ହ୍ରାସ କରିବ। ସାଇକେଲ ଚଳାଇ ଆମେ ନିଜକୁ ସୁସ୍ଥ ରଖିବା ସହ ଦେଶକୁ ଫିଟ୍ ଇଣ୍ଡିଆର ବାର୍ତ୍ତା ଦେବା । ମନସୁଖ ମାଣ୍ଡଭ୍ୟ ଓ କିରନ୍ ରିଜିଜ୍ଜୁଙ୍କ ଉଦାହରଣ ଦେଇ ଏହି ମନ୍ତ୍ରୀଗଣ କିପରି ସାଇକେଲକୁ ତାଙ୍କର ଯାତ୍ରାର ମାଧ୍ୟମ କରି ଅନ୍ୟମାନଙ୍କୁ ଉତ୍ସାହିତ କରୁଥିବା କହିଥିଲେ ।
ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆଜାଦୀ କା ଅମ୍ରିତ ମହୋତ୍ସବ ଇଣ୍ଡିଆ ଅ୭୫ ଅଂଶ ବିଶେଷ ଭାବେ ଆଜି ସମଗ୍ର ଦେଶରେ ବିଶ୍ୱ ସାଇକେଲ ଦିବସ ଆୟୋଜନ କରିଛନ୍ତି । ଆଜାଦୀ କା ଅମ୍ରିତ ମହୋତ୍ସବର ଆରମ୍ଭ ୧୨ ମାର୍ଚ୍ଚ, ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଏହି ମହୋତ୍ସବର ପରିକଳ୍ପନା ‘ପିଲର ଅଫ ଆକ୍ସନ ଆଣ୍ଡ ରିଜଲଭ ଅ୭୫’ ଅଧୀନରେ କରିଛି ।

jay balangir
Leave A Reply

Your email address will not be published.

three × three =

error: Content is protected !!