pakka

ଆଜି କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

bbehera
  • ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ଉନ୍ମୋଚନ ହେବ

ନୂଆଦିଲ୍ଲୀ : ଆଜିଠାରୁ ବଦଳିଯିବ ରାଜପଥର ନାମ । ବିଜୟ ପଥ ଓ ଇଣ୍ଡିଆ ଗେଟ ଯେଉଁ ସଡ଼କକୁ ସଂଯୋଗ କରୁଛି ସେହି ରାଜପଥ ଆଜିଠାରୁ ଇତିହାସ ହୋଇଯିବ । ପାଖାପାଖି ୩ କିଲୋମିଟର ଲମ୍ବା ଏହି ରାଜପଥ ଏବେ ନୂଆ ରୂପରେ କର୍ତ୍ତବ୍ୟ ପଥ ନାମରେ ପରିଚିତ ହେବ । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିବେ । କେବଳ ଯେ ରାଜପଥର ନାମ ବଦଳୁଛି ତା’ ନୁହେଁ ବରଂ ରାଜପଥର ରୂପ ରଙ୍ଗ ବି ସମ୍ପୂର୍ଣ୍ଣ ଭାବେ ବଦଳାଇ ଦିଆଯାଇଛି । ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାର ବି ଉନ୍ମୋଚନ କରାଯିବ । ଏଥିପାଇଁ ଇଣ୍ଡିଆ ଗେଟ ସର୍କିଲ ସି ହ୍ୟାକ୍ସାଗାନ ଟ୍ରାଫିକ ଗୁରୁବାର ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ମୋଦୀ ସେଣ୍ଟ୍ରା ବିଷ୍ଟାର ଏକ ଅଂଶକୁ ରାଷ୍ଟ୍ରକୁ ସମର୍ପିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ୭ଟାରେ କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିବେ । ଏହାସହ ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ । ଏହା ପୂର୍ବରୁ ଇଣ୍ଡିଆ ଗେଟରେ ନେତାଜୀଙ୍କ ହଲୋଗ୍ରାମ ଲଗାଯାଇଥିଲା । ଯାହାର ଉଚ୍ଚତା ୨୮ ଫୁଟ ଓ ଓଜନ ୬୫ ମେଟ୍ରିକ ଟନ ହୋଇଥିବା ବେଳେ ଏହା ଗ୍ରାନାଇଟରେ ପ୍ରସ୍ତୁତ ହୋଇଛି । ଅନ୍ୟପଟେ କର୍ତ୍ତବ୍ୟ ପଥର ଲମ୍ବ ରହିଛି ୩ କିଲୋମିଟର । ଏହା ପାଶ୍ୱର୍ରେ ୪.୦୮୭ ଗଛ ରହିଛି, ଏହା ଉପରେ ୧୧୪ଟି ଆଧୁନିକ ଇଣ୍ଡିକେଟର ରହିଛି । ଏଥିରେ ୯୦୦ରୁ ଅଧିକ ଲାଇଟ ଲାଗିଛି । ୮ ସୁବିଧା ଖଣ୍ଡ ନିର୍ମାଣ କରାଯାଇଛି । ଏହାର କ୍ଷେତ୍ରଫଳ ୧,୧୦,୪୫୭ ବର୍ଗ ମିଟର ରହିଛି । ଏହାସହ ଏଠାରେ ୯୮୭ କଂକ୍ରିଟ ମୋଟା ଖମ୍ବ ଲାଗିଛି । ଏଥିରେ ୧,୪୯୦ ମ୍ୟାନହୋଲ କରାଯାଇଛି । ୪ଟି ପାଦଚଲା ଅଣ୍ଡର ଗ୍ରାଉଣ୍ଡ ସହ ୪୨୨ ବେଞ୍ଚ ରହିଛି, ଯାହା ଲାଲ ଗ୍ରାନାଇଟରେ ତିଆରି କରାଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

14 − 3 =