pakka

ଭାରତରେ କୋଭିଡ-୧୯ ଟିକାକରଣ ୩୧ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିଛି

bbehera
  • ଗତ ୨୪ ଘଣ୍ଟାରେ ୬୧.୧୯ ଲକ୍ଷ ଡୋଜ୍ ଟିକା ଦିଆଯାଇଛି
  • ଭାରତରେ ଗତ ୨୪ ଘଣ୍ଟାରେ ୪୮,୬୯୮ ନୂଆ ମାମଲା ଚିହ୍ନଟ ହୋଇଛି
  • ଭାରତରେ ସକ୍ରିୟ ମାମଲା ଆହୁରି ହ୍ରାସ ପାଇ ୫,୯୫,୫୬୫ ହୋଇଛି, ୮୬ ଦିନ ପରେ ୬ ଲକ୍ଷରୁ ତଳକୁ ହ୍ରାସ
  • ଗତ ୪୪ ଦିନ ହେଲା ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି
  • ସୁସ୍ଥତା ହାର ୯୬.୭୨%କୁ ବୃଦ୍ଧି ପାଇଛି
  • ଦୈନିକ ପଜିଟିଭିଟି ହାର ଏବେ ଅଛି ୨.୭୯%, କ୍ରମାଗତ ୧୯ ଦିନ ଧରି ୫% ତଳେ ରହିଛି

ନୂଆଦିଲ୍ଲୀ, (ପିଆଇବି) : ଏକ ଉଲ୍ଲେଖନୀୟ ସଫଳତାରେ ଭାରତରେ କୋଭିଡ-୧୯ ଟିକାକରଣ ଗତ ୨୪ ତାରିଖ ୩୧ କୋଟିକୁ ଅତିକ୍ରମ କରିଛି । ଗତକାଲି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୨,୦୦,୮୩୯ ସେସନରେ ମୋଟ ୩୧,୫୦,୪୫,୯୨୬ ଡୋଜ୍ ଟିକା ଦିଆଯାଇଛି । ଗତକାଲି ୨୪ ଘଣ୍ଟାରେ ୬୧,୧୯,୧୬୯ ଡୋଜ୍ ଟିକା ଦିଆଯାଇଛି ।
କୋଭିଡ-୧୯ ଟିକାକରଣର ବୈଶ୍ୱିକରଣର ନୂତନ ପର୍ୟ୍ୟାୟ ୨୧ ଜୁନ୍ ୨୦୨୧ରୁ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଗତକାଲି ୨୪ ଘଣ୍ଟାରେ ଭାରତରେ ୪୮,୬୯୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । କ୍ରମାଗତ ଗତ ୧୯ ଦିନ ଧରି ଦୈନିକ ନୂଆ ମାମଲା ୧ ଲକ୍ଷରୁ ତଳେ ରହୁଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଆଜି ଦେଶରେ ସକ୍ରିୟ ମାମଲା ରହିଛି ୫,୯୫,୫୬୫ । ସକ୍ରିୟ ମାମଲା ୮୬ ଦିନ ପରେ ୧ ଲକ୍ଷରୁ ତଳକୁ ହ୍ରାସ ପାଇଛି । ଗତକାଲି ୨୪ ଘଣ୍ଟାରେ ସକ୍ରିୟ ମାମଲା ୧୭,୩୦୩ ହ୍ରାସ ପାଇଥିବା ବେଳେ ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧.୯୭% ରହିଛି ସକ୍ରିୟ ମାମଲା । କୋଭିଡ-୧୯ ସଂକ୍ରମଣରୁ ଦୈନିକ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଭାରତରେ ଗତ ୪୪ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୬୪,୮୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତକାଲି ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ମାମଲା ତୁଳନାରେ ୧୬ ହଜାର (୧୬,୧୨୦)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ୟ୍ୟନ୍ତ ୨,୯୧,୯୩,୦୮୫ ଜଣ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୬୪,୮୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ମୋଟ ସୁସ୍ଥତା ହାର ୯୬.୭୨%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି ।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ମୋଟ ୧୭,୩୫,୭୮୧ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ୟ୍ୟନ୍ତ ମୋଟ ୩୯.୭୮ କୋଟି (୩୯,୯୫,୬୮,୪୪୮)ରୁ ଅଧିକ ଟେଷ୍ଟ କରାଯାଇଛି । ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଉଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୯୭% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୭୯% । ଦୈନିକ ପଜିଟିଭିଟି ହାର ଗତ ୧୯ ଦିନ ଧରି ୫%ରୁ ତଳେ ରହିଛି ।

jay balangir
Leave A Reply

Your email address will not be published.

3 × 1 =