୧୬ରେ ଡିବିୟୁର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ୭୫ଟି ଜିଲ୍ଲାକୁ ୭୫ଟି ଡିଜିଟାଲ ବ୍ୟାଙ୍କ ୟୁନିଟ୍‌ (ଡିବିୟୁ) ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି ଜଣାପଡ଼ିଛି । ଏ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ(ଭିସି) ରେ ଦେଶବାସୀଙ୍କୁ ସମ୍ବୋଧନ ମଧ୍ୟ କରିବେ । ଉଲ୍ଲେଖଯୋଗ୍ୟ ଯେ, ୨୦୨୨-୨୩ ବାର୍ଷିକ ବଜେଟରେ ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ ଜିଲାରେ ୭୫ଟି ଡିବିୟୁ ସ୍ଥାପନା ନିମନ୍ତେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.

fifteen − fourteen =