pakka

ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସେପ୍ଟେମ୍ବର ୧୧ରେ ଦିନିକିଆ ଶୋକ

ଦିଲ୍ଲୀ, (ପିଆଇବି) : ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮, ୨୦୨୨ରେ ବିୟୋଗ ହୋଇଛି । ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ସେପ୍ଟେମ୍ବର ୧୧ରେ ସାରା ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଶୋକ ପାଳନ ଦିନ ନିୟମିତ ଜାତୀୟ ପତାକା ଉଡୁଥିବା ଭାରତର ସମସ୍ତ ସୌଧରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଓ ସେହିଦିନ କୌଣସି ଔପଚାରିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ।

Leave A Reply

Your email address will not be published.

sixteen − twelve =