ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ

ନୂଆଦିଲ୍ଲୀ : ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ। ଏୟାର କମାଣ୍ଡୋର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ବାୟୁସେନାରେ ପ୍ରଥମ ଥର ପାଇଁ ବାପା-ଝିଅ ଯୋଡ଼ି ଯୁଦ୍ଧ ବିମାନ ଉଡ଼ାଇଛନ୍ତି । ଶର୍ମା ଝିଅଙ୍କ ସହ ଏୟାର ଫର୍ମେସନ ଜୀବନର ସବୁଠାରୁ ବଡ଼ ଦିନ ବୋଲି କହିଛନ୍ତି ।

ବାୟୁସେନାର ଫାଇଟର ପାଇଲଟ ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଅନନ୍ୟା ଏଭଳି କମାଲ ମେ ୩୦ କର୍ଣ୍ଣାଟକ ବୀଦର ଏୟାରବେସରେ ଦେଖାଇଛନ୍ତି । ହେଲେ ଏହି ଘଟଣା ବର୍ତ୍ତମାନ ଯାଏ ଗଣମାଧ୍ୟମରେ ପ୍ରକାଶିତ ହୋଇନଥିଲା । ଦୁଇ ଜଣ ଏହି ଲଢ଼ୁଆ ବିମାନ ଉଡ଼ାଇଥିବାର ଫଟୋ ମଙ୍ଗଳବାର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.

twenty − ten =