ଦିଲ୍ଲୀରେ ଓମିକ୍ରନର ଏଣ୍ଟ୍ରି : ତାଞ୍ଜାନିଆରୁ ଫେରିଥିବା ଜଣେ ବ୍ୟକ୍ତି ନୂତନ କରୋନା ଭାରିଆଣ୍ଟ ସହିତ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରୋନ୍ର ଆଶଙ୍କା ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ମଧ୍ୟ ଓମିକ୍ରନର ଏକ ମାମଲା ଦେଖିବାକୁ ମିଳିଛି । ଦିଲ୍ଲୀର ଏହା ହେଉଛି ପ୍ରଥମ ଓମିକ୍ରନ୍ ମାମଲା । ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ଏଲଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ପଜିଟିଭ ଲୋକମାନଙ୍କର ଜିନୋମ କ୍ରମ ପରୀକ୍ଷା କରାଯାଇଛି, ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ରିପୋର୍ଟ ମିଳିଛି । ସେଥିମଧ୍ୟରୁ ଜଣେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ସଂକ୍ରମିତ ବ୍ୟକ୍ତି ତାଞ୍ଜାନିଆରୁ ଆସିଥିଲେ । ଦେଶରେ ଏହା ହେଉଛି ପଞ୍ଚମ ନିଶ୍ଚିତ ମାମଲା ।

Leave A Reply

Your email address will not be published.

3 × two =