csstore

ଆସାମରେ ଦେଶର ପ୍ରଥମ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଶ୍ରୀ ଗଡକରୀ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି ଭର୍ଚୁଆଲ ମାଧ୍ୟମରେ ଆସାମରେ ଦେଶର ପ୍ରଥମ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ଆଧାରଶିଳା ରଖିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏହି କାର୍ୟ୍ୟକ୍ରମରେ ସଭାପତିତ୍ଵ କରିବେ ଏବଂ ଏଥିରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ, ଜେନେରାଲ (ଅବସରପ୍ରାପ୍ତ) ଡଃ ଭି.କେ ସିଂ ଏବଂ ଶ୍ରୀ ରାମେଶ୍ୱର ତେଲି, ରାଜ୍ୟର ମନ୍ତ୍ରୀଗଣ, ସାଂସଦ, ବିଧାୟକ ତଥା ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।
୬୯୩.୯୭ କୋଟି ଟଙ୍କାର ଏହି ପାର୍କ ଲୋକଙ୍କୁ ବାୟୁ, ସଡକ, ରେଳ ଏବଂ ଜଳପଥ ସହିତ ସିଧାସଳଖ ସଂଯୋଗ ପ୍ରଦାନ କରିବ । ଭାରତ ସରକାରଙ୍କ ଭାରତମାଳା ପରିଯୋଜନା ଅଧୀନରେ ଏହି ପ୍ରକଳ୍ପ ବିକଶିତ ହେବ ।

jayashree
Leave A Reply

Your email address will not be published.