ନକ୍ସଲଙ୍କ ସହ ମୁକାବିଲା ପରେ ୨୧ ଜଣ ଯବାନ ନିଖୋଜ, ୮ ସହିଦ, ୩୦ ଆହତ

ରାୟପୁର : ଛତିଶଗଡର ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ୨୧ ଜଣ ଯବାନଙ୍କ ନିଖୋଜ ସମ୍ପର୍କରେ ସୂଚନା ମିଳିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୁନର୍ବାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଗତକାଲି ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ୮ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ସୈନିକ ଆହତ ହୋଇଥିଲେ । ଆହତ ସୈନିକଙ୍କ ମଧ୍ୟରୁ ୨୩ ଜଣଙ୍କୁ ବିଜାପୁରରେ ଭର୍ତ୍ତି କରାଯାଇଥିବା ବେଳେ ୭ ଜଣଙ୍କୁ ରାୟପୁରକୁ ନିଆଯାଇଛି । ଏହି ସୂଚନା ଛତିଶଗଡ ପୋଲିସ ସୂତ୍ରରୁ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ ଦିଆଯାଇଛି । ଏନକାଉଣ୍ଟରରେ ୯ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଖବର ରହିଛି ।

Leave A Reply

Your email address will not be published.