ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

● ପ୍ରଥମ ଥର ପାଇଁ ଦୁଇ ମାସ ମଧ୍ୟରେ ସକ୍ରିୟ କରୋନା ମାମଲା ୭ ଲକ୍ଷ ତଳେ ରହିଛି
● ୨୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ ହଜାରରୁ ତଳେ

ନୂଆଦିଲ୍ଲୀ, (ପିଆଇବି) : କୋଭିଡ ବିରୋଧରେ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଦୁଇ ମାସ (୬୩ ଦିନ) ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ସକ୍ରିୟ ମାମଲା ୭ ଲକ୍ଷରୁ କମ୍ ରହିଛି । ପୂର୍ବରୁ ଅଗଷ୍ଟ ୨୨ ତାରିଖରେ ସକ୍ରିୟ ମାମଲା ୭ ଲକ୍ଷ (୬,୯୭,୩୩୦)ରୁ ତଳେ ରହିଥିଲା ।
ଦେଶରେ ଆଜି ମୋଟ ସକ୍ରିୟ ମାମଲାର ସଂଖ୍ୟା ରହିଛି ୬,୯୫,୫୦୯ । ଏହା ମୋଟ ପଜିଟିଭ୍ ମାମଲାର ୮.୯୬% ରହିଛି ।
ପ୍ରତିଦିନ ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ଏବଂ ମୃତ୍ୟୁ ହାର କ୍ରମେ ହ୍ରାସ ପାଇବାରେ ଲାଗିଛି । ଭାରତରେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇ ଚାଲିଛି ।
ଭାରତରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ମୋଟ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୭୦ ଲକ୍ଷ (୬୯,୪୮,୪୯୭) ହୋଇଛି । ସକ୍ରିୟ ମାମଲା ଏବଂ ସୁସ୍ଥ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ମଧ୍ୟ କ୍ରମେ ବୃଦ୍ଧି ପାଇ ୬୨,୫୨,୯୮୮ ହୋଇଛି । ସୁସ୍ଥ ସଂଖ୍ୟା ସକ୍ରିୟ ମାମଲାର ପ୍ରାୟ ୧୦ ଗୁଣ ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୭୩,୯୭୯ ଜଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୫୪,୩୬୬ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଜାତୀୟ ସୁସ୍ଥତା ହାର ୮୯.୫୩%କୁ ବୃଦ୍ଧି ପାଇଛି ।
ଦେଶବ୍ୟାପୀ ହସପିଟାଲରେ ଭିତ୍ତିଭୂମିରେ ବିକାଶ, କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ଚିକିତ୍ସା ପ୍ରଣାଳୀକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଗ୍ରହଣ କରିବା, ଡାକ୍ତର, ପାରାମେଡିକ୍ ଏବଂ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି ଏବଂ ମୃତ୍ୟୁହାର ହ୍ରାସ ପାଉଛି । ଆଜି ଏହା ୧.୫୧% ରହିଛି । ଏହାଦ୍ୱାରା ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଚାଲିଛି ।
୨୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ ହଜାରରୁ କମ୍ ରହିଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୮୧% କେବଳ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୬ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ଏହା ପଛକୁ କର୍ଣ୍ଣାଟକରେ ୧୩ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪,୩୬୬ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।
ତନ୍ମଧ୍ୟରୁ ୭୮% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ର ଓ କେରଳରୁ ସର୍ବାଧିକ ୭ ହଜାରରୁ ଅଧିକ ମାମଲା ଆସିଥିବା ବେଳେ ଏହା ପଛକୁ କର୍ଣ୍ଣାଟକରୁ ୫ ହଜାରରୁ ଅଧିକ ମାମଲା ଆସିଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୯୦ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରୁ ୮୧% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ମହାରାଷ୍ଟ୍ରରେ ଏହି ଦିନରେ ସର୍ବାଧିକ ମୃତ୍ୟୁ ଘଟିଛି (୧୯୮ ମୃତ୍ୟୁ) ।

Leave A Reply

Your email address will not be published.