ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି)କୁ ମିଳିଲା ପ୍ରଥମ ପୁରସ୍କାର

ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି । ଏହାର ଲାଇଭ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଭାଗୀମାନଙ୍କ ସହ ଆଲୋଚନା କରିଥିଲେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଖିଳ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପରିଷଦ (ଏଆଇସିଟିଇ) ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରିଥିଲେ । ଏସଆଇଏଚ-୨୦୨୦ ପ୍ରତିଯୋଗିତା ଲଗାତାର ୩୬ ଘଣ୍ଟାର ଡିଜିଟାଲ ଉତ୍ପାଦ ନିର୍ମାଣ ଉପରେ ଆଧାରିତ ରାଷ୍ଟ୍ରୀୟ ସ୍ତରର ପ୍ରତିଯୋଗିତା ଥିଲା । ଅଗଷ୍ଟ ୧ ତାରିଖରୁ ୩ ଅଗଷ୍ଟ, ୨୦୨୦ ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏନଆଇଇଟି)ରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।
ଡା. ସୁନୀତା ଧବଲେଙ୍କ ମାର୍ଗଦର୍ଶନରେ ଡିଆଇଏଟିର ୬ ଜଣ ସଦସୀୟ ଛାତ୍ର ଦଳ ‘ଏଜ ଅଫ ଅଲ୍ଟ୍ରାନ’ ପ୍ରଥମ ପୁରସ୍କାର ଜିତିବାରେ ସଫଳ ହୋଇଥିଲେ । ସପ୍ଟଓୟାର ଶ୍ରେଣୀରେ ମଧ୍ୟ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏମଏସ ୩୩୧ର ସମାଧାନ କରିବା ପାଇଁ ୧ ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ରହିଥିଲା । ଆର୍ଟିଫିସିଆଲ ଇଂଟେଲିଜେନ୍ସର ବ୍ୟବହାର କରି ମୁଖ, ଅଭିବ୍ୟକ୍ତି ଏବଂ ଅଙ୍ଗଭଙ୍ଗୀ ଚିହ୍ନଟ ପାଇଁ ‘ଦୃଷ୍ଟି’ ଶୀର୍ଷକ ସମାଧାନ ଏହି ଦଳ ପ୍ରସ୍ତୁତ କରିଥିଲେ ।
ଡିଆଇଏଟି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ପୁରସ୍କାର ଜିତିଥିବାରୁ ପ୍ରତିରକ୍ଷା ଅନୁସନ୍ଧାନ ବିଭାଗ ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡ. ଜି.ସତୀଶ ରେଡ୍ଡୀ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.