om academy

ଶ୍ମଶାନର ଛାତ ଭୁଷୁଡ଼ି ପଡିବାରୁ ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ : ଉଦ୍ଧାର କାର୍ଯ୍ୟ ଜାରି

jsm

ଗାଜିଆବାଦ : ଦିଲ୍ଲୀ ନିକଟସ୍ଥ ଗାଜିଆବାଦରୁ ଏକ ବଡ ଖବର ଆସୁଛି । ଏଠାରେ ଏକ ଶବଦାହ ଭୂମିରେ ଛାତ ଭୁଷୁଡ଼ି ଯିବା ଫଳରେ ଅନେକ ଲୋକ ଏହାର ଚାପରେ ଆସିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ଉଦ୍ଧାର କାର୍ୟ୍ୟ ଚାଲିଛି ।

ଗାଜିଆବାଦ ପୋଲିସ ଷ୍ଟେସନର ମୁରାଦନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଅନେକ ଲୋକ ଛାତ ତଳେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି । ଗାଜିଆବାଦ ପୋଲିସ ଏବଂ ରେସକ୍ୟୁ ଅପରେସନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ।

ସୂଚନା ଅନୁସାରେ ଆଜି ସକାଳେ ଦିଲ୍ଲୀ ଏନସିଆରରେ ବର୍ଷା ହେଉଛି । ମୁରାଦନଗରର ଶବଦାହ ଭୂମିରେ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିଲେ । ବର୍ଷା ହେତୁ ଏହି ଲୋକମାନେ ଛାତ ତଳେ ଥିଲେ, ଯେତେବେଳେ ଶ୍ମଶାନର ଛାତ ଭୁଷୁଡ଼ିଗଲା । ଅନେକ ଲୋକ ଛାତ ତଳେ ପୋତି ହୋଇଗଲେ । ପୋଲିସ ଏବଂ ଏନଡିଆରଏଫ ଟିମ୍ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.