ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭାରତୀୟ ନୌସେନାର ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ହେଲା ପରୀକ୍ଷା

ନୂଆଦିଲ୍ଲୀ, (ପିଆଇବି) : ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନା ନିର୍ମିତ ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ଏହା ଆରବ ସାଗରରେ ନିର୍ଭୁଲ ଲକ୍ଷ୍ୟଭେଦ କରିଛି । ଅନେକ ଉଚ୍ଚ ମାନ ଓ ଜଟିଳ ପରୀକ୍ଷା ନିରୀକ୍ଷା ପରେ ଏହା ସଫଳତାର ସହ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହୋଇଛି ।
ଯୁଦ୍ଧ ଜାହାଜର ପ୍ରମୁଖ ପ୍ରହାରକାରୀ ଭାବେ ପରିଚିତ ବ୍ରହ୍ମୋସ ଭାରତୀୟ ନୌସେନାର ଅମୋଘ ଅସ୍ତ୍ର ଭାବେ ବହୁ ଦୂରରେ ଥିବା ଶତ୍ରୁର ଲକ୍ଷ୍ୟସ୍ଥଳୀ ଠାବ କରି ତାକୁ ଧ୍ଵଂସ କରିଦେଇପାରିବ । ଭାରତ ଓ ରୁଷର ମିଳିତ ପ୍ରୟାସରେ ଏହି କ୍ଷେପଣାସ୍ତ୍ର ବ୍ରହ୍ମୋସର ପରିପାଟି ବିକଶିତ ହୋଇଛି ।
ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ), ବ୍ରହ୍ମୋସ ଓ ଭାରତୀୟ ନୌସେନାକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଡିଆରଡିଓ ଅଧ୍ୟକ୍ଷ ତଥା ଡିଡିଆରଏଣ୍ଡଡି ସଚିବ ଡଃ ଜି. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳତା ନିମନ୍ତେ ଡିଆରଡିଓ , ବ୍ରହ୍ମୋସ ଓ ଭାରତୀୟ ନୌସେନାକୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି । ବ୍ରହ୍ମୋସ ଭାରତୀୟ ସଶସ୍ତ୍ର ସେନାର ସାମର୍ଥ୍ୟକୁ ମଜବୁତ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.