ଦିଲ୍ଲୀର ସ୍ୱାସ୍ଥ୍ୟ ଏବଂ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ଇଡି ପକ୍ଷରୁ ଚଢ଼ାଉ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟ ଏବଂ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରୁଛି । ଆଜି ଦିନ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ଇଡି ଚଢ଼ାଉ ଜାରି ରଖିଛି । କୋଲକାତା ଭିତ୍ତିକ କମ୍ପାନୀ ସହ ଜଡିତ ହାୱାଲା ବ୍ୟବସାୟ ସହ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମେ ୩୦ ରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ମନି ଲେଣ୍ଡରିଂ ମାମଲାରେ ଇଡି ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ, କୋଲକାତା ଭିତ୍ତିକ କମ୍ପାନୀ ସହ ହାୱାଲା କାରବାର ସହ ଜଡିତ ଏକ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

19 + 10 =