ଏନଡିଏ ଏବଂ ଗ୍ରାଣ୍ଡ ଆଲାଏନ୍ସ ମଧ୍ୟରେ କଡ଼ା ଟକ୍କର : ଭୋଟ ବ୍ୟବଧାନ କମୁଛି

ରାଂଚି : ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଏନଡିଏ ମିଳିତ ମଞ୍ଚ ୧୦୯ ଟି ଆସନରେ ଏବଂ ଗ୍ରାଣ୍ଡ ଆଲାଏନ୍ସ ୧୦୬ ଟି ଆସନରେ ଆଗୁଆ ରହିଛି । ଏନଡିଏ ସହଯୋଗୀ ଦଳ ଏବଂ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବାରେ ଲାଗିଛି ।

ଏଥି ସହିତ, ଏଆଇଏମ୍‌ଆଇଏମ୍‌ ୧ ଟି ସିଟ୍ ଜିତିଛି ଏବଂ ଚାରିଟିରୁ ଅଧିକରେ ଆଗୁଆ ରହିଛି । ତାଙ୍କ ସହ ମିଳିତ ଥିବା ବାହୁଜନ ସମାଜ ପାର୍ଟି ୧ ଟି ଆସନରେ ଆଗୁଆ ରହିଥିଲା । ଲୋକ ଜନଶ‌କ୍ତି ପାର୍ଟି ଏପର୍ୟ୍ୟନ୍ତ କୌଣସି ଆସନରେ ଆଗୁଆ ନାହାନ୍ତି ।

ସନ୍ଧ୍ୟା ୬ ଟାରେ ନିର୍ବାଚନ ଆୟୋଗ ‌ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଅପରାହ୍ନ ୫:୩୦ ପର୍ୟ୍ୟନ୍ତ ୨.୭ କୋଟି ଇଭିଏମ୍ ଭୋଟ୍ ଗଣନା କରାଯାଇଥିବା ବେଳେ ବିଧାନସଭା ନିର୍ବାଚନରେ ​​ପ୍ରାୟ ୪ କୋଟି ଭୋଟ୍ ଦିଆଯାଇଛି ।

Leave A Reply

Your email address will not be published.