pakka

ଏହି ବଜେଟ୍ ହେଉଛି ଦେଶର ପରବର୍ତ୍ତୀ ୨୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ୍ : ଜେ.ପି. ନଡ୍ଡା

bbehera

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସଭାପତି ଜେ.ପି. ନଡ୍ଡା ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ସାମାଜିକ ନ୍ୟାୟ, ସମାନତା ଏବଂ ସମ୍ମାନ ସୁଯୋଗର ସଂକଳ୍ପକୁ ସୂଚାଉଥିବା ବଜେଟ୍ ବୋଲି କହିଛନ୍ତି । ଏହା ଦେଶର ଅର୍ଥନୈତିକ ଚକ୍ରକୁ ନୂତନ ଶକ୍ତି ଦେବ ଏବଂ ଦେଶର ଚାରିଆଡ଼େ ବିକାଶରେ ସହାୟକ ହେବ । ବଜେଟର ଜବାବରେ ଶ୍ରୀ ନଡ୍ଡା କହିଛନ୍ତି ଯେ, ଏହା ଗରିବ-କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଏକ ବଜେଟ୍, ଗରିବ ତଥା ଗ୍ରାମାଞ୍ଚଳର ବିକାଶ, କୃଷି ବିକାଶ, ଶ୍ରମ କଲ୍ୟାଣ, ଭିତ୍ତିଭୂମି ବିକାଶ, ଉତ୍ତର-ପୂର୍ବ ଏବଂ ପାହାଡ଼ିଆ ଅଞ୍ଚଳର ବିକାଶ ପାଇଁ ସମର୍ପିତ । ଏହି ବଜେଟ୍ ହେଉଛି ଦେଶର ପରବର୍ତ୍ତୀ ୨୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ୍ ବୋଲି ଜେ.ପି. ନଡ୍ଡା ମତ ଦେଇଛନ୍ତି ।

Leave A Reply

Your email address will not be published.

17 + 19 =