om academy

ପାକିସ୍ତାନରେ ଖୋଲାଖୋଲି ଉଠିଲା ସ୍ୱାଧୀନ ବେଲୁଚିସ୍ତାନର ଦାବୀ

jsm

କ୍ୱେଟା : ପାକିସ୍ତାନରେ ଇମ୍‌ରାନ୍‌ ଖାନ୍‌ ସରକାରକୁ ଚେର ସହ ଉପାଡ଼ି ଫିଙ୍ଗି ଦେବାକୁ ବିରୋଧୀ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ ପକ୍ଷରୁ ଆୟୋଜିତ ତୃତୀୟ ର‍୍ୟାଲିରେ ସ୍ୱାଧୀନ ବେଲୁଚିସ୍ତାନ ଦେଶ ଗଢ଼ିବା ଦାବୀ ପାକିସ୍ତାନରେ ବିବାଦ ସୃଷ୍ଟି କରିଛି । ପିଡିଏମ୍‌ର ଏହି ଜୋର୍‌ଦାର୍‌ ର‍୍ୟାଲିରେ ଜମିୟତ ଉଲେମା-ଏ-ପାକିସ୍ତାନର ନେତା ଓବୈସ୍‌ ନୁରାନୀ ସ୍ୱାଧୀନ ବେଲୁଚିସ୍ତାନ ଗଢ଼ିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବେଲୁଚିସ୍ତାନର ଜନତାଙ୍କୁ ଲୁଟେରା ଓ ଡକାୟତମାନେ ଲୁଟ୍‌ କରୁଛନ୍ତି, ସେମାନଙ୍କୁ ଆମେ ମୁକ୍ତି ଦେବୁ ।


ତେବେ ସ୍ୱାଧୀନ ବେଲୁଚିସ୍ତାନ ଗଠନର ଘୋଷଣାରେ ଇମ୍‌ରାନ୍‌ ଖାନ୍‌ ସରକାରକୁ ପାକିସ୍ତାନରେ ଲାଗିଛି ଜୋର୍‌ ଝଟ୍‌କା । ବେଲୁଚିସ୍ତାନ କାଠପୁତ୍ତଳିକା ମୁଖ୍ୟମନ୍ତ୍ରୀ ଜାମ କମଲା ଖାନ ଅଲୟାନୀ ନୁରାନୀଙ୍କ ବୟାନଙ୍କ ନିନ୍ଦା କରି କହିଛନ୍ତି ଯେ, କ’ଣ ଏହା ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟର ର‍୍ୟାଲି ନା ବିଜେପି.ର ? ସେ ଆହୁରି କହିଛନ୍ତି ଯେ, ପିଡିଏମ୍‌ ନେତା ବେଲୁଚିସ୍ତାନକୁ ଏକ ଛୋଟ ଅଂଚଳ ପ୍ରସ୍ତୁତ କରିବା ବନ୍ଦ କରନ୍ତୁ ।

Leave A Reply

Your email address will not be published.