shyamal

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ମହାମହିମ ଲରେନ୍ସ ୱଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ସଂସଦ ଭବନରେ ପ୍ରଧାନମନ୍ତ୍ରୀ ଓଙ୍ଗ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ । ଏହି ଆଲୋଚନାରେ ଉଭୟ ନେତା ଭାରତ-ସିଙ୍ଗାପୁର ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକତା ଏବଂ ଗଭୀରତା ଏବଂ ପ୍ରଚୁର ସମ୍ଭାବନାକୁ ଦୃଷ୍ଟିରେ ରଖି ସେମାନେ ଏହି ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ଭାରତର ଆକ୍ଟ ଇଷ୍ଟ ନୀତିକୁ ମଧ୍ୟ ଏକ ବଡ଼ ପ୍ରୋତ୍ସାହନ ଦେବ । ଅର୍ଥନୈତିକ ସମ୍ପର୍କରେ ସୁଦୃଢ଼ ଅଗ୍ରଗତିର ସମୀକ୍ଷା କରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରବାହକୁ ଆହୁରି ବିସ୍ତାର କରିବାକୁ ନେତାମାନେ ଆହ୍ୱାନ ଦେଇଛନ୍ତି । ଭାରତୀୟ ଅର୍ଥନୀତିରେ ପାଖାପାଖି ୧୬୦ ବିଲିୟନ ଡଲାର ନିବେଶ ସହ ସିଙ୍ଗାପୁର ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ସହଯୋଗୀ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଭାରତରେ ଦ୍ରୁତ ଏବଂ ନିରନ୍ତର ଅଭିବୃଦ୍ଧି ସିଙ୍ଗାପୁରର ସଂସ୍ଥାଗୁଡିକ ପାଇଁ ବିପୁଳ ପୁଞ୍ଜିନିବେଶ ସୁଯୋଗ ଖୋଲିଛି । ପ୍ରତିରକ୍ଷା ଓ ନିରାପତ୍ତା, ସାମୁଦ୍ରିକ କ୍ଷେତ୍ର ସଚେତନତା, ଶିକ୍ଷା, ଏଆଇ, ଫିନଟେକ୍, ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଜ୍ଞାନ ଭାଗିଦାରୀ କ୍ଷେତ୍ରରେ ରହିଥିବା ସହଯୋଗର ସମୀକ୍ଷା କରିଥିଲେ । ଅର୍ଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଦୁଇ ନେତା ଆହ୍ୱାନ ଦେଇଥିଲେ । ଗ୍ରୀନ୍ କରିଡର ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେମାନେ ଆହ୍ୱାନ ଦେଇଥିଲେ । ଅଗଷ୍ଟ ୨୦୨୪ରେ ସିଙ୍ଗାପୁରରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ରାଉଣ୍ଡ ଟେବୁଲର ଫଳାଫଳ ଉପରେ ଦୁଇ ନେତା ଆଲୋଚନା କରିଥିଲେ । ମନ୍ତ୍ରୀସ୍ତରୀୟ ରାଉଣ୍ଡ ଟେବୁଲ ଏକ ଅନନ୍ୟ ବ୍ୟବସ୍ଥା ବୋଲି ଉଲ୍ଲେଖ କରି ନେତାମାନେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଏକ ନୂତନ ଏଜେଣ୍ଡା ଉପରେ ବିଚାର ବିମର୍ଶ ଏବଂ ଚିହ୍ନଟ କରିବାରେ ଉଭୟ ପକ୍ଷର ବରିଷ୍ଠ ମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଉନ୍ନତ ଉତ୍ପାଦନ, ଯୋଗାଯୋଗ, ଡିଜିଟାଲାଇଜେସନ୍, ସ୍ୱାସ୍ଥ୍ୟସେବା ଏବଂ ଔଷଧ, ଦକ୍ଷତା ବିକାଶ ଏବଂ ସ୍ଥାୟୀତା ଭଳି ମନ୍ତ୍ରୀସ୍ତରୀୟ ରାଉଣ୍ଡଟେବୁଲ ରେ ଚିହ୍ନଟ ହୋଇଥିବା ସହଯୋଗର ସ୍ତମ୍ଭ ଅଧୀନରେ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ନେତାମାନେ ଆହ୍ୱାନ ଦେଇଥିଲେ । ବିଶେଷକରି ସେମିକଣ୍ଡକ୍ଟର ଏବଂ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହି ସ୍ତମ୍ଭ ଅଧୀନରେ ସହଯୋଗ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଖୋଲିବ ବୋଲି ନେତାମାନେ ଗୁରୁତ୍ୱାରୋପ କରିଥିଲେ । ୨୦୨୫ରେ ଦ୍ୱିପାକ୍ଷିକ ସମ୍ପର୍କର ୬୦ତମ ବାର୍ଷିକୀ ପାଳନ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଏହି ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ସିଙ୍ଗାପୁରରେ ଭାରତର ପ୍ରଥମ ଥିରୁଭାଲ୍ଲୁଭର ସାଂସ୍କୃତିକ କେନ୍ଦ୍ର ଖୋଲାଯିବ । ଏହି ନେତାମାନେ ଭାରତ-ଏସିଆନ ସମ୍ପର୍କ ଏବଂ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଭାରତର ଦୃଷ୍ଟିକୋଣ ସମେତ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ । ସେମିକଣ୍ଡକ୍ଟର, ଡିଜିଟାଲ ଟେକ୍ନୋଲୋଜି, ଦକ୍ଷତା ବିକାଶ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ ପାଇଁ ଉଭୟ ନେତା ବୁଝାମଣାପତ୍ର ଆଦାନ ପ୍ରଦାନ କରିଥିଲେ । ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ଭାରତ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ରାଉଣ୍ଡ ଟେବୁଲର ଦୁଇଟି ପର୍ୟ୍ୟାୟ ଆଲୋଚନାର ଏହା ହେଉଛି ଏହି ଫଳାଫଳ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଓଙ୍ଗଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ଯାହାକୁ ସେ ଗ୍ରହଣ କରିଥିଲେ ।

purusottam
Leave A Reply

Your email address will not be published.