ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ଜଣେ ଚୀନ ସୈନିକ ଭାରତୀୟ ସେନା ଦ୍ଵାରା ଅଟକ

ନୂଆଦିଲ୍ଲୀ, (ପିଆଇବି) : କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଗତକାଲି ଅର୍ଥାତ ୧୯ ଅକ୍ଟୋବର ୨୦୨୦ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା ପାର ହେବା ପରେ ଗିରଫ ହୋଇଛନ୍ତି ।
ଅତ୍ୟଧିକ ଉଚ୍ଚତା ଏବଂ କଠିନ ଜଳବାୟୁ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପିଏଲଏ ସୈନିକଙ୍କୁ ଅମ୍ଳଜାନ, ଖାଦ୍ୟ ଏବଂ ଶୀତ ପୋଷାକ ସହିତ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି ।
ନିଖୋଜ ସୈନିକଙ୍କ ସୂଚନା ସମ୍ପର୍କରେ ପିଏଲଏ ପକ୍ଷରୁ ଦିଆଯାଇଥିବା ଏକ ଅନୁରୋଧକୁ ମଧ୍ୟ ଗ୍ରହଣ କରାଯାଇଛି ।
ପ୍ରୋଟୋକଲ ଅନୁଯାୟୀ, ପ୍ରକ୍ରିୟା ସମାପ୍ତ ହେବା ପରେ ସେହି ସୈନିକଙ୍କୁ ଚୁସୁଲ – ମୋଲଡୋ ବୈଠକ ସ୍ଥାନରେ ଚୀନ ଅଧିକାରୀଙ୍କୁ ଫେରାଇ ଦିଆଯିବ ।

Leave A Reply

Your email address will not be published.