csstore

ନକଲି ୱେବସାଇଟ୍ ତିଆରି ଚାକିରୀ ଲୋଭ ଦେଖାଇ ବେକାର ଯୁବକ ଯୁବତୀଙ୍କଠାରୁ ଟଙ୍କା ଲୁଟୁଥିଲେ : ୪ ଗିରଫ

ବାରାଣାସୀ : ଏସ୍‌ଟିଏଫ୍‌ର ବାରାଣାସୀ ୟୁନିଟ୍ ବିଏଚୟୁ ଏବଂ ଉତ୍ତରପ୍ରଦେଶ ସଚିବାଳୟର ଏକ ଜାଲ୍ ୱେବସାଇଟ୍ ତିଆରି କରିଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ସରକାରୀ ଚାକିରୀ ଲୋଭ ଦେଖାଇ ବେକାର ଯୁବକ ଯୁବତୀଙ୍କଠାରୁ ଟଙ୍କା ଲୁଟୁଥିଲେ । ସେମାନଙ୍କଠାରୁ ପାଞ୍ଚଟି ମୋବାଇଲ୍ ଫୋନ୍, ଆଠଟି ବିଭାଗର ନିଯୁକ୍ତି ପତ୍ର, ତିନୋଟି ଚେକ୍, ଲାପଟପ୍, ଛଅ ହଜାର ଟଙ୍କା ଏବଂ ଦୁଇଟି ବାଇକ୍ ଉଦ୍ଧାର କରାଯାଇଛି ।

ଏସ୍‌ଟିଏଫ୍‌ର ବାରାଣାସୀ ୟୁନିଟ୍‌ ଡେପୁଟି ଏସପି ବିନୋଦ କୁମାର ସିଂ କହିଛନ୍ତି ଯେ, ମିଲିଟାରୀ ଇଣ୍ଟେଲିଜେନ୍ସରୁ ଇନପୁଟ୍ ଗ୍ରହଣ କରାଯାଇ ଜଣାପଡ଼ିଛି ଯେ ସେକ୍ରେଟାରିଏଟ୍‌, ବିଏଚୟୁ ଏବଂ ରେଳବାଇରେ ଚାକିରି ଦେବାକୁ ପ୍ରତିଶୃତି ଦେଇ ବାରାଣାସୀ ଏବଂ ଏହାର ଆଖପାଖ ଜିଲ୍ଲାରେ ବେକାର ଯୁବକ ଯୁବତୀଙ୍କଠାରୁ ଟଙ୍କା ହଡ଼ପ କରୁଥିଲେ ଏହି ଅପରାଧୀମାନେ ।

jayashree
Leave A Reply

Your email address will not be published.