ଅମାନବୀୟ କାଣ୍ଡ : ମଦ୍ୟପ ସ୍ୱାମୀ ତଂଟି ଚିପି ହତ୍ୟା କଲା ୯ ମାସର ଗର୍ଭବତୀ ସ୍ତ୍ରୀକୁ

ବଲାଙ୍ଗିର, (କେପିଏନ୍ଏସ୍) : ମଦ କ’ଣ ନକରେ । ମାତାଲ୍ ଅବସ୍ଥାରେ ଜଣେ ମଦ୍ୟପ ନିଜ ୯ ମାସର ଗର୍ଭବତୀ ସ୍ତ୍ରୀକୁ ତଂଟି ଚିପି ହତ୍ୟା କରିବା ଭଳି ଏକ ବିଭତ୍ସ ଘଟଣା ଘଟିଛି ବଲାଙ୍ଗିର ସହରର ରାଧାରାଣୀପଡ଼ାରେ । ସୂଚନା ଅନୁସାରେ ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ନିଜ ସ୍ତ୍ରୀକୁ ବର୍ବର ଭାବେ ହତ୍ୟା କରିବା ପରେ ଫେରାର୍ ମାରିଥିଲା ହତ୍ୟାକାରୀ ସ୍ୱାମୀ । ଅଥଚ ଟାଉନ୍ ଥାନା ପୁଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ଗିରଫ୍ ହୋଇଛି ଅଭିଯୁକ୍ତ । ଅଭିଯୁକ୍ତ ସ୍ୱାମୀ ମୋତିଲାଲ ପ୍ରତ୍ୟହ ମଦ ପିଇ ନିଜ ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିଲା । ଗତକାଲି ରାତିରେ ସ୍ତ୍ରୀ ଆନନ୍ଦିନୀ ବାରିକକୁ ନିଜ ଘର ସମ୍ମୁଖରେ ନିସ୍ତୁକ ମାଡ଼ ମାରିବା ପରେ ଘର ଭିତରକୁ ଭିଡ଼ି ନେଇ ତାକୁ ଗଳା ଚିପି ହତ୍ୟା କରିଥିବା ଶୁଣିବାକୁ ମିଳୁଛି । ତେବେ ଖବର ପାଇ ଆଦର୍ଶ ଟାଉନ୍ ଥାନା ପୁଲିସ ତଥା ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ତନାଘନା ତଦନ୍ତ ଆରମ୍ଭ କରିଛନ୍ତି । ଅଭୁଯୁକ୍ତ ସ୍ୱାମୀକୁ କଠୋର ଶାସ୍ତି ଦିଆଯାଉ ବୋଲି ମୃତା ଆନନ୍ଦିନୀର ସଂପର୍କୀୟମାନେ କହିଛନ୍ତି । ବଲାଙ୍ଗିର ଏସ୍ଡ଼ିପିଓ ଶ୍ରୀମନ୍ତ ବାରିକ ତଥା ଟାଉନ୍ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.