ଜେଲ୍ ଗଲେ ଷ୍ଟେସନ ମାଷ୍ଟର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଷ୍ଟେସନ ମାଷ୍ଟର ଜେଲ ଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ବ୍ଲକ ତୁରେକେଲା ଅଞ୍ଚଳରେ । ସୂଚନାନୁଯାୟୀ, ଚଳିତ ମାସ ୧୩ ତାରିଖ କୌଣସି ସୁତ୍ରରୁ ଖବର ପାଇ କଣ୍ଟାବାଞ୍ଜି ବନବିଭାଗ ତୁରେକେଲ ଷ୍ଟେସନ ମାଷ୍ଟରଙ୍କ ସରକାରୀ କ୍ୱାର୍ଟର ପଛପଟୁ ୧୭ଟି ଶାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ଜବତ କରିଥିଲା । ଏହି ମାମଲାରେ ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ । ତେବେ ସରକାରୀ କ୍ୱାର୍ଟରରେ ବେଆଇନ ଭାବେ କାଠ କାମ କରାଉଥିବା ନେଇ ତୁରେକେଲା ଷ୍ଟେସନ ମାଷ୍ଟରଙ୍କୁ ସୋମବାର ବନବିଭାଗ ଗିରଫ କରି ରାତିରେ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବା ଯୋଗୁଁ ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନେକ ଦିନରୁ ଷ୍ଟେସନ ମାଷ୍ଟର ବେଆଇନ ଭାବେ କାଠ ଚାଲାଣ କାମ କରୁଥିବା ବନ ବିଭାଗ ସନ୍ଦେହ କରି ଏହି ଚଢାଉ କରିଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.