କନିଷ୍ଠ ଯନ୍ତ୍ରୀ ହତ୍ୟାକାରୀଙ୍କୁ ଗିରଫ ଦାବୀ ନେଇ ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଗତକାଲି ସଂନ୍ଧ୍ୟା ୭ଟା ସମୟରେ ହାତିଶାଳପଡ଼ା ସ୍ଥିତ ଓଡିଶା ଭବନଠାରୁ ଏକ ନୀରବ କ୍ୟାଣ୍ଡେଲ୍‌ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସ୍ୱର୍ଗତ ଇଂ ସୁରେଶ ଚନ୍ଦ୍ର ସାହୁଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ସହ ସ୍ୱର୍ଗତ ସାହୁଙ୍କ ଅପମୃତ୍ୟୁ ମାମଲାର ଉଚିତ ତଦନ୍ତ ଓ ନ୍ୟାୟ ନିମନ୍ତେ ଦାବୀ ଉପସ୍ଥାପନା କରିଥିଲେ । ଏଥିରେ ସଂଘର ସଭାପତି ଇଂ ଏ. ସିମାଦ୍ରୀ ଦୋରା, ଉପସଭାପତି ଇଂ ଖୋଲେନ ସିଂ, ସମ୍ପାଦକ ଇଂ ବଳରାସ ପାତ୍ର ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏଥିରେ ସଂଘର ସଦସ୍ୟ ଏବଂ ଜିଲ୍ଲାର ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ଶତାଧିକ କର୍ମୀ ଯୋଗଦାନ କରିଥିଲେ । ପ୍ରକାଶ ଯେ, ପାଟଣାଗଡ଼ ବ୍ଲକ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଶରୀର ବନକା ବିହାର ଗାଁ ନିକଟରେ କପାକିଆରିରୁ ଉଦ୍ଧାର କରାଯାଇଥିଲା । ଇଂ ସାହୁଙ୍କ ପରିବାର ପକ୍ଷରୁ ଏକ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ହତ୍ୟାର ୧୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଦୋଷୀକୁ ଗିରଫ କରିନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଗିରଫ ତୁରନ୍ତ କରାଯାଉ ନହେଲେ ଆଗାମୀ ଦିନରେ ସଂଘର ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।

Leave A Reply

Your email address will not be published.