ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୭ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭଦ୍ରକ : ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ରାହାଞ୍ଜ ସାହିରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟାରେ ଅଗ୍ନିକାଣ୍ଡ ଘଟି ପ୍ରହଲ୍ଲାଦ ସାହୁଙ୍କ ୭ ବଖରା ଘର ଜଳି ଭଷ୍ମୀଭୂତ ହୋଇଯାଇଥିବା ଖବର ମିଳିଛି । ସୂଚନାନୁଯାୟୀ, ପ୍ରହଲ୍ଲାଦ ସାହୁଙ୍କ ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ପରିବାର ଲୋକ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ । ହେଲେ ଘର ଭିତରେ ଥିବା ଧାନ, ଚାଉଳ, ସୁନା ଓ ନଗଦ ଟଙ୍କା କାଢି ନପାରିବାରୁ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ବିଦ୍ୟୁତ୍ ସର୍ଟ୍‌ସର୍କିଟ୍ ଯୋଗୁଁ ଏମିତି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ୧୫ ହଜାର ନଗଦ ଟଙ୍କା ୪ଭରି ସୁନା ଓ ବିଭିନ୍ନ ଦରକାରୀ କାଗଜପତ୍ର ଧାନ, ଚାଉଳ, ଘରୋଇ ଉପକରଣ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Leave A Reply

Your email address will not be published.