csstore

ଖଲିଆପାଲି ସ୍କୁଲରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ୍‌ ପରାମର୍ଶଦାତା ଦୂର୍ୟ୍ୟୋଧନ ପଶାୟତ ସଭାରେ ଅଧ୍ୟକ୍ଷତା କରି ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବିଦ୍ୟାଳୟ ଛାଡିବା ଅବସରରେ ଶୁଭେଚ୍ଛା ଜଣାଇଥିଲେ ଓ ସେମାନେ ଭବିଷ୍ୟତରେ ଭଲ ପାଠ ପଢି ଦେଶ ପାଇଁ ସେବା କରିବାକୁ ଆହ୍ୱାନ ଦେଇଥିଲେ । ଜୁନିଅର ରେଡକ୍ରସ୍‌ ୟୁନିଟ ତରଫରୁ ପ୍ରଥମେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ତିଲକ କରାଯିବା ସହିତ ଫୁଲତୋଡା, କଲମ ଏବଂ କଲର ବକ୍‌ସ ଉପହାର ଦିଆଯାଇଥିଲା । ଛାତ୍ରଛାତ୍ରୀ ମାନେ ଭାବବିହ୍ୱଲ ହୋଇ ନିଜସ୍ୱ ବିଦ୍ୟାଳୟର ରହଣି ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ । କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସିଆର୍‌ସିସି ସଦାନନ୍ଦ ଭୋଇ, ଅନିରୁଦ୍ଧ ଭୋଇ, ଜ୍ୟୋତିର୍ମୟ ମିଶ୍ର, କ୍ଲଷ୍ଟର ଅନ୍ତର୍ଗତ ପ୍ରଧାନଶିକ୍ଷକ ଗୋବିନ୍ଦ ସାହୁ, ଦୟାନନ୍ଦ ସାହୁ, ସୁଶାନ୍ତ କୁମାର ନନ୍ଦ, ୱାର୍ଡମେମ୍ବର ବିଘ୍ନରାଜ କୁମ୍ଭାର ତଥା ବିଦ୍ୟାଳୟର ଶିକ୍ଷକ ଦଶରଥ ପଟେଲ, ଧିରେନ୍ଦ୍ର କୁମାର ସାହୁ ତଥା କମିଟି ସଭ୍ୟସଭ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସନ୍ତୋଷ କୁମାର ପାଇକଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.