ସର୍ଟସାର୍କିଟ ଯୋଗୁଁ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲା ସଦର ବ୍ଲକ ସଭାଗୃହ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସଦର ବ୍ଲକ ଅଫିସର ସଭାଗୃହରେ ସର୍ଟସାର୍କିଟ ଯୋଗୁଁ ଏକ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଅଳ୍ପକେ ସଭାଗୃହର ଆସବାସପତ୍ର ବର୍ତ୍ତି ଯାଇଛି । ସଭାଗୃହ ବାରଣ୍ଡା କାନ୍ଥରେ ଲାଗିଥିବା ବିଦ୍ୟୁତ ମିଟରରେ ସର୍ଟସାର୍କିଟ ହୋଇ ହଠାତ ନିଆଁ ଲାଗି ପରିବେଶ ଧୂଆଁମୟ ହୋଇଯାଇଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ସଠିକ ସମୟରେ ପହଞ୍ଚି ଏକ ବୃହତ୍ତର କ୍ଷୟକ୍ଷତିରୁ ବଞ୍ଚାଇ ପାରିଛି ।

Leave A Reply

Your email address will not be published.