ମଞ୍ଚଶିଳ୍ପୀ ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ

ସମ୍ବଲପୁର : ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ – ୨୦୨୨ରେ ସମ୍ମାନିତ କରାଯାଇଛି । ନବଜୀବନ ସଂସ୍ଥା, ସୁନ୍ଦରଗଡ଼ ଆନୁକୂଲ୍ୟରେ ମାଦ୍ରି କାଲୋ ଭବନଠାରେ ଅନୁଷ୍ଠିତ ବସନ୍ତ ମହୋତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସୁନ୍ଦରଗଡ଼ ପୌର ପରିଷଦର ଚେୟାରମେନ୍‌ ଶ୍ରୀମତୀ ମିଶ୍ର, ଭାଇସ ଚେୟାର୍‌ମେନ୍‌ ଲଲାଟେନ୍ଦୁ ପରିଡ଼ା, ନବଜୀବନର ସଭାପତି ପ୍ରଦୀପ ଭୋଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା ଏବଂ ମାନପତ୍ର ପଠନ କରିଥିଲେ ପ୍ରଫେସର ନରେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.

error: Content is protected !!