ଘୋରଡିଆ ପ୍ରସିଦ୍ଧ ଦୟଣାଚୋରୀ ମେଳଣ ଓ ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆର ପ୍ରସିଦ୍ଧ ଦୟଣାଚୋରୀ କୁଜଂ ମେଳଣ ଓ ଲୋକଉତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ ଘୋରଡିଆ ବଜାରସ୍ଥିତ ପାଠଗାରା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦୟଣାଚୋରୀ କୁଜଂ ମେଳଣ ଓ ଲୋକଉତ୍ସବ କମିଟିର ସଭାପତି ତଥା ଯୁବ ଆଇନଜୀବୀ ଶଶୀଶେଖର ରାୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୟଣାଚୋରୀ ମେଳଣ ଯାତ୍ରା ପାଳନ ସମ୍ପର୍କରେ ସାମୟିକ ସୂଚନା ପ୍ରଦାନ କରାଯାଇଛି । ଏପ୍ରିଲ ୧୫ ତାରିଖ ମଧ୍ୟରାତ୍ରରୁ ମେଳଣ ଜମାଣ ପର୍ବ ଅନୁଷ୍ଠିତ ହେବା ସହ ଏହା ୫ଦିନ ଧର ବିଭିନ୍ନ ସାଂସ୍କୃତିକି ଚାଲିବ । କୋଭିଡ ସଂକ୍ରମଣକୁ ଲକ୍ଷ୍ୟରଖି ପ୍ରଶାସନ ପକ୍ଷରୁ ୨ବର୍ଷ ଧରି ମେଳଣ ବନ୍ଦ ରହିଥିବା ବେଳେ କେବଳ ରୀତିନୀତିରେ ଏହା ପାଳନ କରାଯାଉଥିଲା । କଟକଣା ଉଠିବା ପରେ ଏ ବର୍ଷ ମେଳଣରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ସେଥିପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କମିଟି ପକ୍ଷରୁ ଲୋଡାଯାଇଛି ।ଏହି ମେଳଣରେ ଲୋକକଳା ଉତ୍ସବ,ପାଇକ ଆଖଡା, ଗୋଟିପୁଅ, ନୃତ୍ୟ, ଦୟଣ।।ଚୋରୀ ସାହିତ୍ୟ ଆସର, ଭଜନ ସମାରୋହ ସହିତ ବିଭିନ୍ନ ପ୍ରକାରର ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମେଳଣକୁ ସରସ ସୁନ୍ଦର ଓ ଲୋକାଭିମୁଖୀ କରିବା ସହ ଭାଇଚାରା ଭାବର ସମନ୍ୱୟ ପ୍ରତିଷ୍ଠା ସହ ଅଚଂଳର ଐତିହ୍ୟ, ପରମ୍ପରା, କଳା ସଂସ୍କୃତି ଉଜ୍ଜିବିତ କରିବା ସମସ୍ତଙ୍କ ଲକ୍ଷ୍ୟ ରହିବ । ସେଥିପାଇଁ ସମସ୍ତ ପ୍ରକାର ଚୂଡାନ୍ତ ପ୍ରକିୟା ଶେଷ ପର୍ଯ୍ୟାୟରେ ପହଂଚିଥିବା ସଭାପତି ଶ୍ରୀ ରାୟ ସୂଚନା ଦେଇଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୃର୍ବାଶା ନିଶଙ୍କ, ଶାନ୍ତିକମିଟି ସଦସ୍ୟ ତଥା ଶିକ୍ଷାବିତ ରମେଶ ଚନ୍ଦ୍ର ସ୍ୱାଇଁ, ସ୍ୱସ୍ତିଜ୍ୟୋତି ସ୍କୁଲର ଅଧ୍ୟକ୍ଷ ଗଙ୍ଗାଧର ବରାଳ, ଶାନ୍ତିକମିଟି ସଦସ୍ୟ ଏମଡି ମୁସ୍ତାକ ଓ ଦେବରାଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗଙ୍ଗାଧର ବରାଳ ଧନ୍ୟବାଦ ଅପର୍ଣ କରିଥିଲେ ।

Leave A Reply

Your email address will not be published.