ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ସେକ୍ଟର ୨ସ୍ଥିତ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡଃ ହୃଷିକେଶ ମଲ୍ଲିକ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଉପସଭାପତି ପ୍ରମୋଦ କୁମାର ପାତ୍ର, ବିଜେପି ସଭାପତି ଲତିକା ପଟ୍ଟନାୟକ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଡାକ୍ତର କିରଣ ମିଶ୍ର, ରାଜ୍ୟ ଯୁବଲେଖକ ସାମୁଖ୍ୟର ସଭାପତି ଶଙ୍କର୍ଷଣ ପରିଡା, ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା, ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ ଓ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ । ଡଃ ମଲ୍ଲିକ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ପାଇଁ ବହୁ ବାଧାବିଘ୍ନ ଆସିବ । ମାତ୍ର ଏଥିରେ ପ୍ରଭାବିତ ହୁଅନ୍ତୁ ନାହିଁ । କାରଣ ସେବା ଏକ ମନୋଭାବ । ଆତ୍ମବିଶ୍ବାସ ସହ ଆପଣ ଆଗକୁ ଯାଇ ପାରିବେ । ତରୁଣ ମାନଙ୍କ ଦ୍ୱାରା ଆଗାମୀ ସମାଜ ତିଆରି ହେଉ ଏହା ହିଁ ଲକ୍ଷ୍ୟ । ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ସହର ତଥା ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମଧ୍ୟରେ ୧୨ଜଣଙ୍କୁ ଉତ୍କଳ ସେବାରତ୍ନ, ୬ଜଣଙ୍କୁ ଉତ୍କଳ କ୍ରୀଡା ରତ୍ନ, ୪ଜଣଙ୍କୁ ଉତ୍କଳ ସାହିତ୍ୟ ରତ୍ନ, ୬ ଜଣଙ୍କୁ ଉତ୍କଳ ଶିକ୍ଷା ରତ୍ନ, ୮ଜଣଙ୍କୁ ଉତ୍କଳ କଳାରତ୍ନ, ୮ ଜଣଙ୍କୁ ଉତ୍କଳ ସୌନ୍ଦର୍ଯ୍ୟ ରତ୍ନ ଓ ୧୫ ଜଣଙ୍କୁ ଡଃ ଅବଦୁଲ କାଲାମ ପ୍ରଫେସନାଲ୍ ଆକ୍ଚିଭର ଆୱର୍ଡରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଫକୀର ଚରଣ ପତି ଓ ଗୁରୁ ଶରତଚନ୍ଦ୍ର ପଣ୍ଡା ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ରାୟପୁରରୁ ଆସିଥିବା ଶେଖର ଜୈନ ସଫଳତାର ଚାବିକାଠି ସଂପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଦୀପ ଗୁରୁୱାରା ଓ ସାଥୀ ସଂଗୀତ ପରିବେଷଣ କରିଥିବା ବେଳେ ତ୍ରିବେଣୀ କଳାସଂଗମର ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରଶ୍ମିତା ପଣ୍ଡା, ମୁରଲୀ ମୋହନ ପଟ୍ଟନାୟକ, ସରୋଜ ଶତପଥୀ, ତରୁଲତା ସାମଲ, ଲିତାଞ୍ଜଳି ପତି, ଜିତେନ୍ଦ୍ର ପଣ୍ଡା, ଚିତ୍ତରଂଜନ ଦାସ, ପଲ୍ଲବୀ ନନ୍ଦ, ସୋନୁ ତନ୍ତୀ, ରବର୍ଟ ହାଇଫିଲ, ସଲିତ ପତି, ସତ୍ୟମ ମୋଦକ, ଦିବାକର ଦାସ, ଦେବାଶିଷ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଓଡିଆ ଘରର ଖାଦ୍ୟ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.