jsm

ଚତୁର୍ଥ ବାର୍ଷିକ ଦଣ୍ଡ ମେଳଣ ଉତ୍ସବ ଅନୁଷ୍ଠିତ

csstore

ଅଣ୍ଡାଗ୍ରାମ, (କେପିଏନ୍‌ଏସ୍‌) : ଅଣ୍ଡାଗ୍ରାମରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚଟି ଗ୍ରାମର ମଣିମା ଭଗବାନ ଦଣ୍ଡାୟନ ମାନ ଥିଲେ ସର୍ବେପ୍ରଥେମେ ଅଣ୍ଡା ଗ୍ରାମର ହିରନ୍ୟ ଗର୍ଭସ୍ୟ ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୋଇଥିବା ସହିତ ତା’ ପଛକୁ ହଳଦିଆପଡ଼ା ଗ୍ରାମର ଆରାଧ୍ୟା ଠାକୁର ଶ୍ରୀ ବାଲୁଙ୍କେଶ୍ୱର ଦେବ, ଅଁଳାଯୋଡ଼ି ଗ୍ରାମର ଗ୍ରାମେଶ୍ୱର ଦେବ, ଦେଉଳିଟାଙ୍ଗୀ ଗ୍ରାମର ସୋମନାଥ ଦେବ, ଢୋଲ ପାଟଣା ଗ୍ରାମର ମଣିମା ଭଗବାନ ଥିଲେ । ସମସ୍ତ ଠାକୁର ସର୍ବ ପ୍ରଥମେ ବରଣି ନିମନ୍ତ୍ରଣ କରାଗଲା । ତା’ପରେ ସମସ୍ତ ଗ୍ରାମରେ ଦଣ୍ଡୁଆମାନେ ଠାକୁରଙ୍କୁ ନେଇ ଗ୍ରାମ୍ ପରିଭ୍ରମଣ କରାଯାଇଥିଲା । ପରିକ୍ରମ କରି ସାରୀ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରାଗଲା । ଏହା ପରେ ସବୁ ଗ୍ରାମର ଦଣ୍ଡୁଆ ଭାଇମାନେ ନିଜ ଖେଳ ପ୍ରଦର୍ଶନ କରିଥିଲେ । ଶେଷରେ ସମସ୍ତ ଠାକୁରଙ୍କୁ ନେଇ ମେଲଣ କରାଯାଇଥିଲା । ଗ୍ରାମ କମିଟି ପକ୍ଷରୁ ଅଳ୍ପ ସଂଖ୍ୟାରେ ୫୦ରୁ ୬୦ ଲୋକଙ୍କୁ ନେଇ ଦଣ୍ଡଯାତ୍ରା କରାଯାଇଥିଲା ।

yuvodaya
Leave A Reply

Your email address will not be published.