୩୦୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ସହ ଜଣେ ଅଟକ

ଜଳେଶ୍ଵର : ଜଳେଶ୍ଵରରୁ ପୁଣି ଧଳା ଜହର ଜବତ ହୋିଥିବା ଜଣାପଡିଛି । ୩୦୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହାକୁ ଆଧାର କରି ପୋଲିସ ଭୋର ସମୟରେ ଝାଡେଶ୍ୱରପୁର ବସ୍ତି ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ପ୍ରାୟ ୩୦୦ ଗ୍ରାମ୍ ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ସେହିପରି ମହମ୍ମଦ ସମୀର ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

Leave A Reply

Your email address will not be published.