ହୋଲି ଖେଳିବାକୁ ଜୟପୁର ଆସିଥିବା ନେଦରଲ୍ୟାଣ୍ଡର ଜଣେ ଯୁବତୀଙ୍କୁ ହୋଟେଲରେ ବଳାତ୍କାର, ମସାଜ ନାମରେ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ବିଦେଶୀ ଯୁବତୀ ସହିତ ବଳାତ୍କାର ଘଟଣା ସାମ୍ନାକୁ ଆସିଛି । ଆୟୁର୍ବେଦିକ ମସାଜ କରିବା ନାମରେ ନେଦରଲ୍ୟାଣ୍ଡର ଜଣେ ଯୁବତୀଙ୍କୁ ଏକ ବଡ ହୋଟେଲରେ ବଳାତ୍କାର କରାଯାଇଛି । କୁହାଯାଉଛି ଯେ ଯୁବତୀ ଜଣକ ଦୁଇ ଦିନ ପୂର୍ବରୁ ରାଜସ୍ଥାନକୁ ହୋଲି ଖେଳିବାକୁ ଆସିଥିଲେ । ପୀଡିତା ଜଣକ ସିନ୍ଧି କ୍ୟାମ୍ପ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍‌ନ୍ତି । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ସିନ୍ଧି କ୍ୟାମ୍ପ ପୋଲିସ ଷ୍ଟେସନ ଏସ୍‌ଏଚ୍‌ଓ ଗୁଞ୍ଜନ ସୋନି କହିଛନ୍ତି ଯେ, ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ସହରକୁ ଅବରୋଧ କରି ଜୟପୁର ଛାଡି କେରଳକୁ ପଳାଇବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତର ସନ୍ଧାନ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ପୋଲିସ ପକ୍ଷରୁ ଅଭିଯୁକ୍ତକୁ ପୋଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.