ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଗାଦି ଅଡ଼ୁଆରେ : ୨୮ ମାର୍ଚ୍ଚ ପରେ ହୋଇପାରନ୍ତି ବିଦା

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ତାଙ୍କ ଆସନ ଏବେ ବେଶ୍‌ ଟଳମଳ । ୨୮ ମାର୍ଚ୍ଚ ପରେ ବିଦା ହେବାର ଅନେକ ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ । ବିପକ୍ଷ ଦଳଙ୍କ ଅବିଶ୍ୱାସ ପ୍ରସ୍ତାବରେ ଏବେ ଇମ୍‌ରାନ୍‌ଙ୍କ ଗାଦି ଭୁଷୁଡ଼ିବାର ସମ୍ଭାବନା ରହିଥିବା ପାକିସ୍ତାନରେ ଘରେ ଘରେ ଚର୍ଚ୍ଚା ଲାଗି ରହିଛି । ଇମାରନ୍‌ ସରକାରଙ୍କ ମେଜିକ୍‌ ଅଙ୍କରେ ଇତିମଧ୍ୟରେ ଫାଟ ସୃଷ୍ଟି ହୋଇ ସାରିଥିବା ବିରୋଧୀ ଗୋଷ୍ଠୀ ଦାବୀ କରିଥିବା ବେଳେ ଇମ୍‌ରାନ୍‌ଙ୍କ ଅଡ଼ୁଆ ଆହୁରି ଆହୁରି ତେଜିୟାନ ହେବାରେ ଲାଗିଛି ।

Leave A Reply

Your email address will not be published.