କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ

ବାଙ୍ଗାଲୁରୁ : ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇଥିବା ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି । ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ବୋଲି କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କର୍ଣ୍ଣାଟକ ସରକାରଙ୍କ ଆଦେଶକୁ ସାମ୍ବିଧାନିକ ବୋଲି କହିଛନ୍ତି ।

କର୍ଣ୍ଣାଟକ ହାଇକୋର୍ଟ ହିଜାବ ବିବାଦରେ ନିଜର ରାୟ ପ୍ରଦାନ କରୁଥିବା ବେଳେ କହିଛନ୍ତି ଯେ, ସ୍କୁଲ ୟୁନିଫର୍ମର ପ୍ରେସକ୍ରିପସନ୍ ଏକ ଯୁକ୍ତିଯୁକ୍ତ ପ୍ରାବଧାନ, ଯେଉଁଥିରେ ଜଣେ ଛାତ୍ର ଆପତ୍ତି କରିପାରିବେ ନାହିଁ । ଏହା ସହିତ କୋର୍ଟ ମଧ୍ୟ କହିଛନ୍ତି ଯେ, ଫେବୃଆରୀ ୫ ରେ ରାଜ୍ୟ ସରକାରଙ୍କ ଆଦେଶକୁ ଅବୈଧ କରିବା ପାଇଁ କୌଣସି ମାମଲା ରୁଜୁ କରାଯାଇନାହିଁ । କୋର୍ଟ କହିଛନ୍ତି ଯେ, ଆମର ମତ ହେଉଛି ଯେ, ମୁସଲମାନ ମହିଳାମାନଙ୍କ ହିଜାବ ପିନ୍ଧିବା ଇସଲାମ ଧର୍ମରେ ବାଧ୍ୟତାମୂଳକ ଧାର୍ମିକତାର ଏକ ଅଂଶ ନୁହେଁ । ଏଠାରେ ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରେ ହଜାବ୍‌ ବିବାଦ ସାରା ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ମାନ୍ୟବର ହାଇକୋର୍ଟ ।

Leave A Reply

Your email address will not be published.