ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଲେ ୨୯୦ ଛାତ୍ରଛାତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ଗତକାଲି ସମୁଦାୟ ୨୯୦ ଜଣ ଛାତ୍ରଛାତ୍ରୀ ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଥିବା ନେଇ ସହକାରୀ ବ୍ଲକ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡ଼ା ସୂଚନା ଦେଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେବା ନିମନ୍ତେ ଡେଲାଙ୍ଗ ବ୍ଲକ ସ୍ଥିତ ବିଭିନ୍ନ ବିଦ୍ୟାଳୟର ଷଷ୍ଠ ଓ ନବମ ଶ୍ରେଣୀରୁ ମୋଟ ୩୧୩ଜଣ ଛାତ୍ରଛାତ୍ରୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ ଗତକାଲି ୨୯୦ଜଣ ପରୀକ୍ଷା ଦେଇଥିବା ବେଳେ ୨୩ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ରାଧାକାନ୍ତ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ଷଷ୍ଠ ଶ୍ରେଣୀର ୩୫ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ତନ୍ମଧ୍ୟରୁ ୨୮ଜଣ ପରୀକ୍ଷା ଦେଇଥିଲେ ଓ ୭ଜଣ ଅନୁପସ୍ଥିତ ଥିଲେ । ସେହିପରି ନବମ ଶ୍ରେଣୀର ୯୧ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧ଜଣ ପରୀକ୍ଷା ଦେଇଥିଲେ ଏବଂ ୧୦ଜଣ ଅନୁପସ୍ଥିତ ଥିଲେ । ସେହିପରି ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଷଷ୍ଠ ଶ୍ରେଣୀର ୧୫୯ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ତନ୍ମଧ୍ୟରୁ ୧୫୩ଜଣ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ ଓ ୬ଜଣ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହିଥିଲେ । ତେବେ ନବମ ଶ୍ରେଣୀର ୨୮ଜଣ ପରୀକ୍ଷାର୍ଥୀଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ପରୀକ୍ଷାର୍ଥୀ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ ବୋଲି ସହକାରୀ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି । ଚଳିତ ବର୍ଷ ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ପରିଚାଳିତ ହୋଇଥିବା ନେଇ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ପାତ୍ର ସୂଚନା ଦେଇଛନ୍ତି । ଏବିଇଓ ଯୁଧିଷ୍ଠିର ପରିଡ଼ା ଓ ଲକ୍ଷ୍ମଣ ପ୍ରଧାନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପ୍ରଧାନଶିକ୍ଷକ ଅଜୟ ଭୋଇ ଏବଂ କାମିନୀ ବେହେରା ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.