jayashree

ୟୁକ୍ରେନ (ଖାରକିଭ)ରେ ଥିବା ଭାରତୀୟ ନାଗରିକ/ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା

• ସମ୍ଭାବ୍ୟ ବିପଦ/କଷ୍ଟକର ପରିସ୍ଥିତି ଦେଖାଦେବା ନେଇ ଆଶଙ୍କା

ନୂଆଦିଲ୍ଲୀ, (ପିଆଇବି) :

• ଆକାଶମାର୍ଗରୁ ଆକ୍ରମଣ, ବିମାନ/ଡ୍ରୋନ ଦ୍ବାରା ଆକ୍ରମଣ
• କ୍ଷେପଣାସ୍ତ୍ର ଆକ୍ରମଣ
• ତୋପରୁ ଗୁଳିଗୋଳା ବର୍ଷଣ
• କ୍ଷୁଦ୍ର ଅସ୍ତ୍ର/ବନ୍ଧୁକରୁ ଗୁଳିମାଡ଼
• ଗ୍ରେନେଡ୍‌ ବିସ୍ଫୋରଣ
• ବିସ୍ଫୋରକ ବୋତଲ ଆକ୍ରମଣ (ସ୍ଥାନୀୟ ଲୋକ/ବିଦ୍ରୋହୀଙ୍କ ସମେତ)
• ଅଟ୍ଟାଳିକା ଭୁଶୁଡ଼ିବା
• ଧ୍ବଂସାବଶେଷ ଭୁଶୁଡ଼ିପଡ଼ିବା
• ଇଣ୍ଟରନେଟ୍‌ ଜାମ୍‌ ହେବା
• ବିଦ୍ୟୁତ/ଖାଦ୍ୟ/ପାଣି ଅଭାବ
• ଅତ୍ୟଧିକ ଶୀତ ପ୍ରକୋପର ସମ୍ମୁଖିନ ହେବା
• ମାନସିକ ଆଘାତ/ଭୟଭୀତ ଅନୁଭବ କରିବା
• ଆଘାତ/ମେଡ଼ିକାଲ ସହାୟତା ନମିଳିବା
• ଯାତାୟାତ ପାଇଁ ସୁବିଧା ନମିଳିବା
• ସଶସ୍ତ୍ର ସୈନିକ/ସାମରିକ ବ୍ୟକ୍ତିବିଶେଷଙ୍କ ସହିତ ମୁହାଁମୁହିଁ ପରିସ୍ଥିତି

ଆବଶ୍ୟକ ପଦକ୍ଷେପ/କ’ଣ କରିବେ
• ସୂଚନା ସଂଗ୍ରହ କରି ଅନ୍ୟ ଭାରତୀୟମାନଙ୍କୁ ପଠାନ୍ତୁ
• ମାନସିକ ସ୍ତରରେ ଦୃଢ଼ ରୁହନ୍ତୁ/ଭୟଭୀତ ହୁଅନ୍ତୁ ନାହିଁ
• ନିଜକୁ ଛୋଟ ଛୋଟ ଦଳ/ଦଶ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳରେ ସଂଗଠିତ କରନ୍ତୁ/ସେହି ଦଳ ମଧ୍ୟରେ ସହଯୋଗୀ/ଯୋଡ଼ି ବ୍ୟବସ୍ଥା କରନ୍ତୁ/ ପ୍ରତି ଦଶଜଣିଆ ଦଳରେ ଜଣେ ସଂଯୋଜକ/ଉପସଂଯୋଜକଙ୍କୁ ଚୟନ କରନ୍ତୁ
• ଆପଣଙ୍କ ଉପସ୍ଥିତି ଏବଂ ପରିସ୍ଥିତି ସମ୍ପର୍କରେ ଆପଣଙ୍କର ସହଯୋଗୀ/ଛୋଟ ଦଳର ସଂଯୋଜକ ସବୁବେଳେ ନିଶ୍ଚିତ ଭାବେ ଜାଣିବା ଉଚିତ୍
• ଏକ ହ୍ବାଟ୍ସ ଗ୍ରୁପ୍‌ ତିଆରି କରନ୍ତୁ, ସମସ୍ତ ସୂଚନା, ନାମ, ଠିକଣା ମୋବାଇଲ ନମ୍ବର ଏବଂ ଭାରତରେ ଯୋଗାଯୋଗ ଠିକଣାକୁ ପ୍ରସ୍ତୁତ କରନ୍ତୁ/ନୂଆଦିଲ୍ଲୀ କିମ୍ବା ଦୂତାବାସରେ ଥିବା ନିୟନ୍ତ୍ରଣ କକ୍ଷକୁ ନିଜର ଜିଓଲୋକେସନ ହ୍ବାଟ୍ସଆପରେ ଶେୟାର କରନ୍ତୁ/ପ୍ରତି ୮ ଘଣ୍ଟାରେ ଥରେ ସୂଚନା ଅପଡେଟ୍‌ କରନ୍ତୁ/ପ୍ରତି ୮ ଘଣ୍ଟାରେ ଥରେ ନିଜ ଦଳ/ସହଯୋଗୀ/ଦଳର ସଂଯୋଜକଙ୍କ ସଂଖ୍ୟା ଗଣନ୍ତୁ ଏବଂ ସେମାନଙ୍କର ଅବସ୍ଥିତି ସମ୍ପର୍କରେ କଣ୍ଟ୍ରୋଲ ରୁମ୍‌/ହେଲ୍ପଲାଇନ ନମ୍ବରକୁ ରିପୋର୍ଟ କରନ୍ତୁ ।
• ଫୋନ ବ୍ୟାଟେରୀକୁ ସଂରକ୍ଷିତ କରି ରଖିବା ପାଇଁ କେବଳ ସଂଯୋଜକ/ଉପସଂଯୋଜକ ହିଁ ସ୍ଥାନୀୟ କର୍ତ୍ତପକ୍ଷ/ଦୂତାବାସ/ଭାରତରେ ଥିବା ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିବେ ।

ସୁରକ୍ଷିତ ରହିବାର ମାର୍ଗଦର୍ଶିକା
• ସବୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍‌ ପ୍ରସ୍ତୁତ ରଖନ୍ତୁ କିମ୍ବା ୨୪ ଘଣ୍ଟା ହାତ ପାଖରେ ରଖନ୍ତୁ
• ଅତ୍ୟାବଶ୍ୟକ ସାମଗ୍ରୀ କିଟ୍‌ରେ ଆପଣଙ୍କର ପାସପୋର୍ଟ, ପରିଚୟ ପତ୍ର, ଅତ୍ୟାବଶ୍ୟକ ଔଷଧ, ଜୀବନରକ୍ଷାକାରୀ ଔଷଧ, ଟର୍ଚ୍ଚ, ଦିଆସିଲି, ଲାଇଟର, କ୍ୟାଣ୍ଡେଲ, ନଗଦ ଟଙ୍କା, ଏନର୍ଜି ବାର୍ସ, ପାୱାର ବ୍ୟାଙ୍କ, ପାଣି, ଫାଷ୍ଟଏଡ୍ କିଟ୍‌, ହେଡ୍‌ଗିୟର, ମଫଲର, ଗ୍ଲୋଭ୍ସ, ଶୀତ ଜ୍ୟାକେଟ, ଶୀତରୁ ରକ୍ଷା ପାଇବାର ସକ୍ସ ଏବଂ ଗୋଡ଼କୁ ଭଲ ଭାବେ ଫିଟ୍‌ ହେଉଥିବା ହଳେ ଜୋତା ରଖନ୍ତୁ ।
• ଖାଦ୍ୟ ଓ ପାଣି ସଞ୍ଚୟ କରନ୍ତୁ ଓ ଅନ୍ୟମାନଙ୍କୁ ବାଣ୍ଟନ୍ତୁ, ଯଥାସମ୍ଭବ ପେଟପୂରା ନଖାଇ ଅଳ୍ପ ଅଳ୍ପ ଖାଆନ୍ତୁ । ଯଥେଷ୍ଟ ପାଣି ପିଅନ୍ତୁ । ଯଦି ଖୋଲା ସ୍ଥାନ/ପଡ଼ିଆରେ ରହିଛନ୍ତି, ବରଫ ତରଳାଇ ପାଣି ପ୍ରସ୍ତୁତ କରନ୍ତୁ ।
• ବର୍ଷା/ଶୀତ/ଝଡ଼/ବାଧ୍ୟତାମୂଳକ ଭାବେ ତଡ଼ି ଦିଆଯିବା/ଉଦ୍ଧାର ପରିସ୍ଥିତିର ସମ୍ମୁଖିନ ହେଲେ ଗ୍ରାଉଣ୍ଡ ମ୍ୟାଟିଂ/ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ଗୋଟିଏ ବଡ଼ ଗାର୍ବେଜ୍‌ ବ୍ୟାଗ ରଖନ୍ତୁ ।
• ଆଘାତପ୍ରାପ୍ତ କିମ୍ବା ଅସୁସ୍ଥ ହେଲେ – ନିୟନ୍ତ୍ରଣ କକ୍ଷ/ହେଲ୍ପ ଲାଇନ/ହ୍ବାଟ୍ସଆପରେ ପରିସ୍ଥିତି ସମ୍ପର୍କରେ ସୂଚନା ଦିଅନ୍ତୁ ଏବଂ ପରାମର୍ଶ ଲୋଡ଼ନ୍ତୁ।
• ମୋବାଇଲରୁ ସମସ୍ତ ଅନାବଶ୍ୟକ ଆପ୍ସ ଡିଲିଟ୍‌ କରି ଦିଅନ୍ତୁ, ବ୍ୟାଟେରୀ ସଞ୍ଚୟ କରିବା ଲାଗି କମ୍‌ କଥା ହୁଅନ୍ତୁ/କିମ୍ବା ଅଡିଓ ମୋଡ୍‌ରେ କଥା ହୁଅନ୍ତୁ ।
• ଘର ଭିତରେ ରୁହନ୍ତୁ, ବିଶେଷ କରି ମାନ୍ୟତାପ୍ରାପ୍ତ ନିରାପଦ ସ୍ଥାନ, ବେସମେଣ୍ଟ, ବଙ୍କରରେ ଆଶ୍ରୟ ନିଅନ୍ତୁ
• ଯଦି ଆପଣ ରାସ୍ତାରେ ଅଛନ୍ତି, ତା’ହେଲେ ରାସ୍ତା କଡ଼କୁ ଚାଲିଯାଆନ୍ତୁ, କୋଠା ଆଢ଼ୁଆଳରେ ରହି ଯାଆନ୍ତୁ, ଆକ୍ରମଣର ଶିକାର ନହେବା ପାଇଁ ତଳକୁ ମୁଣ୍ଡ କରି ଚାଲନ୍ତୁ, ରାସ୍ତା ପାରି ହୁଅନ୍ତୁ ନାହିଁ, ସହରର କେନ୍ଦ୍ରସ୍ଥଳୀ, ସହରତଳି ଅଞ୍ଚଳକୁ ଯାଆନ୍ତୁ ନାହିଁ । ସହରାଞ୍ଚଳରେ ଅଧିକ ସତର୍କତାର ସହିତ ରାସ୍ତା କଡ଼କୁ ଚାଲିଯାଆନ୍ତୁ ।
• ପ୍ରତ୍ୟେକ ମାନ୍ୟତାପ୍ରାପ୍ତ ଦଳରେ ଏକ ଧଳା ପତାକା/ଧଳା କପଡ଼ା ରଖନ୍ତୁ ଯାହା ସଙ୍କେତ ଦେବାରେ କାମରେ ଆସିପାରିବ ।
• ରୁଷ ଭାଷାରେ ଦୁଇ ତିନୋଟି ବାକ୍ୟ ଶିଖନ୍ତୁ (ଉଦାହରଣ ସ୍ବରୂପ : ଆମେ ଛାତ୍ରଛାତ୍ରୀ, ଆମେ ପ୍ରତିପକ୍ଷ ସୈନିକ ନୋହୁଁ, ଦୟାକରି ଆମର କ୍ଷତି କରନ୍ତୁ ନାହିଁ, ଆମେ ଭାରତୀୟ)
ଏଠାରେ ରୁଷ ଭାଷାରେ କେତୋଟି ବାକ୍ୟ ଦିଆଗଲା:
Я студентизИндии (ମୁଁ ଜଣେ ଭାରତୀୟ ଛାତ୍ର)
Я некомбатант (ମୁଁ ଜଣେ ସାଧାରଣ ଲୋକ)
Пожалуйстапомогите (ଦୟାକରି ମୋତେ ସାହାଯ୍ୟ କରନ୍ତୁ)
• ଅଣନିଃଶ୍ବାସୀ ଲାଗିଲେ, ନିୟମିତ ଗଭୀର ଶ୍ବାସ ନିଅନ୍ତୁ, ରକ୍ତ ସଞ୍ଚାଳନ ଠିକ୍‌ ରଖିବା ଲାଗି ଅଙ୍ଗପ୍ରତ୍ୟଙ୍ଗ ସଞ୍ଚାଳନ କରନ୍ତୁ
• ଜରୁରିକାଳୀନ କିଟ୍‌ ବ୍ୟତୀତ ସର୍ବନିମ୍ନ ବ୍ୟକ୍ତିଗତ ଉପକରଣ ପ୍ୟାକ କରନ୍ତୁ, ବିଶେଷ କରି ଲମ୍ବା ଉଠାଣି ଯାତ୍ରା/ଚାଲିବା ପାଇଁ ଅନୁକୂଳ ଛୋଟ ବ୍ୟାକପ୍ୟାକ୍
• ଅତି କମ ସମୟ ମଧ୍ୟରେ ସୂଚନା ମିଳିବା କ୍ଷଣି ଆଗକୁ ବଢ଼ିବା ଲାଗି ପ୍ରସ୍ତୁତ ରୁହନ୍ତୁ/ଧୀର ହୋଇଯିବା, ଥକିଯିବା ଏବଂ ଭିଡ଼ ଏଡ଼ାଇବା ପାଇଁ ବଡ଼ ବ୍ୟାଗ ସାଥୀରେ ଆଣନ୍ତୁ ନାହିଁ
• ସାମରିକ ଚେକପୋଷ୍ଟ କିମ୍ବା ପୁଲିସ/ସଶସ୍ତ୍ର ବାହିନୀ/ବିଦ୍ରୋହୀଙ୍କ ଦ୍ବାରା ଅଟକ ରହିଲେ- ସହଯୋଗ କରନ୍ତୁ/ନିୟମ ମାନନ୍ତୁ/ସେମାନଙ୍କ ସମ୍ମୁଖରେ ପାପୁଲି ଖୋଲା ରଖି ହାତ ଉପରକୁ କରନ୍ତୁ/ନମ୍ର ବ୍ୟବହାର କରନ୍ତୁ/ଆବଶ୍ୟକ ସୂଚନା ଦିଅନ୍ତୁ/ ଯୁକ୍ତିତର୍କ ନକରି ସମ୍ଭବ ହେଲେ ନିୟନ୍ତ୍ରଣ କକ୍ଷ/ହେଲ୍ପଲାଇନ ସହ ଯୋଗାଯୋଗ କରନ୍ତୁ
• ନିୟନ୍ତ୍ରଣ କକ୍ଷ/ହେଲ୍ପଲାଇନର ମାର୍ଗଦର୍ଶିକା ଅନୁଯାୟୀ କର୍ତ୍ତୃପକ୍ଷଙ୍କ ସହଯୋଗରେ ଉଦ୍ଧାର ପାଇଁ ଯାତ୍ରା ଆରମ୍ଭ କରାଯିବା ଉଚିତ୍
କ’ଣ କରିବେ ନାହିଁ
• ସବୁବେଳେ ବଙ୍କର/ବେସମେଣ୍ଟ/ଆଶ୍ରୟସ୍ଥଳୀରୁ ବାହାରକୁ ବାହାରନ୍ତୁ ନାହିଁ
• ସହରତଳି/ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ
• ସ୍ଥାନୀୟ ଆନ୍ଦୋଳନକାରୀ କିମ୍ବା ବିଦ୍ରୋହୀଙ୍କ ସହ ଯୋଗ ଦିଅନ୍ତୁ ନାହିଁ
• ସୋସିଆଲ ମିଡିଆରେ କୌଣସି କମେଣ୍ଟ କରନ୍ତୁ ନାହିଁ
• ଅସ୍ତ୍ରଶସ୍ତ୍ର କିମ୍ବା ବିସ୍ଫୋରଣ ହୋଇନଥିବା ଗୁଳିଗୋଳା ଉଠାନ୍ତୁ ନାହିଁ
• ସାମରିକ ବାହନ/ବାହିନୀ/ସୈନିକ/ଚେକ୍‌ ପୋଷ୍ଟ/ବିଦ୍ରୋହୀଙ୍କ ସହିତ ଫଟୋ/ସେଲଫି ଉଠାନ୍ତୁ ନାହିଁ
• ଯୁଦ୍ଧ ପରିସ୍ଥିତିର ଭିଡିଓ ରେକର୍ଡିଂ ଏବଂ ଲାଇଭ୍‌ କରନ୍ତୁ ନାହିଁ
• ସତର୍କ ସାଇରନ ବାଜିବା କ୍ଷଣି, ଯେଉଁଠି ସମ୍ଭବ ତୁରନ୍ତ ଆଶ୍ରୟ ନିଅନ୍ତୁ । ଯଦି ଆପଣ ଖୋଲା ସ୍ଥାନରେ ଅଛନ୍ତି, ପେଟ ମାଡ଼ି ତଳେ ଶୋଇ ପଡ଼ନ୍ତୁ ଏବଂ ପିଠିରେ ପକାଇଥିବା ବ୍ୟାଗରେ ମୁଣ୍ଡକୁ ଘୋଡ଼ାଇ ଦିଅନ୍ତୁ ।
• ବନ୍ଦ ସ୍ଥାନରେ ନିଆଁ ଜଳାନ୍ତୁ ନାହିଁ
• ମଦ ପିଅନ୍ତୁ ନାହିଁ/ନିଶା ସେବନ ଠାରୁ ଦୂରେଇ ରୁହନ୍ତୁ
• ଶୀତପ୍ରକୋପ/ପାଦ ଘା’ ଠାରୁ ଦୂରେଇ ରହିବାକୁ ଓଦା ସକ୍ସ ପିନ୍ଧନ୍ତୁ ନାହିଁ। ଯେଉଁଠି ସମ୍ଭବ, ଆପଣଙ୍କର ଜୋତା ଓହ୍ଲାଇ ଦିଅନ୍ତୁ ଏବଂ ସକ୍ସ ଓ ଅନ୍ୟାନ୍ୟ ପୋଷାକପତ୍ର ଶୁଖାଇ ଦିଅନ୍ତୁ ।
• ଦୁର୍ବଳ/ଭାଙ୍ଗି ଯାଥିବା କୋଠାରେ ଆଶ୍ରୟ ନିଅନ୍ତୁ ନାହିଁ ଏବଂ ଧ୍ବଂସାବଶେଷ ଠାରୁ ଦୂରେଇ ରୁହନ୍ତୁ
• ବିସ୍ଫୋରଣ ସମୟରେ ଭଙ୍ଗା କାଚ ଆଘାତ ପାଇବା ଠାରୁ ସୁରକ୍ଷିତ ରହିବା ଲାଗି କାଚ ଝରକା ଠାରୁ ଦୂରେଇ ରୁହନ୍ତୁ ।
• ଚେକପୋଷ୍ଟରେ ସୁରକ୍ଷାକର୍ମୀ ନମାଗିବା ପର୍ୟ୍ୟନ୍ତ ହଠାତ୍‌ ଆଗକୁ ବଢ଼ି ନିଜର ଜିନିଷ/କାଗଜପତ୍ର ପାଇଁ ପକେଟ ଖୋଜନ୍ତୁ ନାହିଁ । ସଶସ୍ତ୍ର ବ୍ୟକ୍ତିବିଶେଷଙ୍କ ସମ୍ମୁଖିନ ହେବା ସମୟରେ ହଠାତ୍‌ କିମ୍ବା ଚଞ୍ଚଳ ଗତିରେ ଏପଟସେପଟ ହୁଅନ୍ତୁ ନାହିଁ ।

Leave A Reply

Your email address will not be published.