ଚନ୍ଦନଭାଟି ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ଭାବେ ନିର୍ବାଚିତ ହେଲେ ସଙ୍ଗୀତା ପାଣିଗ୍ରାହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତରେ ଷ୍ଟୁଲ୍‌ ଚିହ୍ନରେ ଛିଡ଼ା ହୋଇଥିବା ସଙ୍ଗୀତା ପାଣିଗ୍ରାହୀ ସମିତି ସଭ୍ୟ ପ୍ରାର୍ଥିନୀ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପାଣିଗ୍ରାହୀ ୬୮୫ ଭୋଟରେ ନିଜ ପ୍ରତିଦ୍ୱନ୍ଦୀ ସିଦ୍ଧେଶ୍ୱେର ଦଲାଇଙ୍କ ଠାରୁ ଆଗୁଆ ରହି ବିଜୟର ବାନା ଧରିଛନ୍ତି । ସେ କହିଛନ୍ତି ଯେ, ଆମ ପଞ୍ଚାୟତରେ ଧର୍ମର ବିଜୟ ହୋଇଥିବା ବେଳେ ଆଗାମୀ ଦିନରେ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟ ଉପରେ ମୁଁ ବିଶେଷ ଧ୍ୟାନ ଦେବା ସହ ଚାଷୀର ହକ୍‌ ପାଇଁ ଲଢେ଼ଇ କରିବି ଏବଂ ଗରିବମାନଙ୍କ ପାଇଁ ଯାହା କିଛି ବି ଯୋଜନା ରହିଛି ସେଥିପ୍ରତି ବିଶେଷ ଦୃଷ୍ଟି ଦେବି ।

jittmm
Leave A Reply

Your email address will not be published.