ବଲାଙ୍ଗିର ଜିଲ୍ଲା ପରିଷଦରେ ବିଜେଡ଼ିର ଦବ୍‌ଦବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦରେ ବିଜେଡ଼ିର ଦବ୍‌ଦବା ବେଶ୍‌ ସ୍ପଷ୍ଟ ହୋଇଯାଇଛି । ତୃତୀୟ ଦିନର ଭୋଟ ଗଣତିରେ ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ୨ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ବୀଣାପାଣି ଦାଶ, ବଲାଙ୍ଗିର ବ୍ଲକ୍‌ ଅନ୍ତର୍ଗତ ୨୩ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ସଙ୍ଗୀତା ସୁନା, ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ୧୩ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ସୁମତି ସେଠ୍‌, ଗୁଡ଼ଭେଲା ବ୍ଲକ୍‌ ଅନ୍ତର୍ଗତ ୬ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ ରାମନିବାସ ଅଗ୍ରୱାଲ, ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ ୪ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ପ୍ରମିଳା ପାଥର, ମୁରିବାହାଲ ବ୍ଲକ୍‌ ଅନ୍ତର୍ଗତ ୨୮ ନଂ ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ନିରୁପମା ଗହୀର, ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ୧୫ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ କସ୍ତୁରୀ ସେଠ୍‌, ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ୧୮ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ କୁମରମଣି ସେଠ୍‌, ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ୩୪ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ସଂଯୁକ୍ତା ବରିହା, ସଇଁତଲା ବ୍ଲକ୍‌ ଅନ୍ତର୍ଗତ ୩୧ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥିନୀ ରୀତାରାଣୀ ହାତୀ ଓ ଟିଟିଲାଗଡ଼ ବ୍ଲକ୍‌ ଅନ୍ତର୍ଗତ ୮ ନଂ. ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ ସଞ୍ଜୟ କୁମାର ବେହେରା ଆଗୁଆ ରହିଛନ୍ତି । ସେହିପରି ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ୨୧ ନଂ. ଜୋନ୍‌ରୁ ବିଜେପିର ଡମ ସୁନା ଓ ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ୨୫ ନଂ. ଜୋନ୍‌ରେ ବିଜେପିର ଶବ୍ଦ ମିର୍ଦ୍ଧା, ଏବଂ ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ୧୧ ନଂ. ଜୋନ୍‌ରୁ କଂଗ୍ରେସ ଦଳର କୌଶିକ ମେହେର ଆଗୁଆ ରହିଥିବା ସୂଚନା ଦିଆଯାଇଛି । ତେବେ ବଲାଙ୍ଗିର ଜିଲ୍ଲା ପରିଷଦରେ ବିଜେଡ଼ିର ଦବ୍‌ଦବା ଏବେ ବେଶ୍‌ ସ୍ପଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.