ୟୁକ୍ରେନରେ ଫସି ରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ ସାହିଲ ମହାପାତ୍ର : ପୁଅକୁ ଉଦ୍ଧାର ପାଇଁ ପିତା ମାତାଙ୍କ ଆକୁଳ ନିବଦେନ

ବୌଦ୍ଧ, (ମମତା ମହାକୁର) : ୟୁକ୍ରେନ ଉପରେ ରୁଷିଆର ଘନଘନ ଆକ୍ରମଣ ଜାରି ରହିଥିବା ବେଳେ ସେଠାରେ ଅନ୍ୟ ଭାରତୀୟ ଛାତ୍ରଙ୍କ ମଧ୍ୟରେ ଫସି ରହିଛନ୍ତି ବୌଦ୍ଧ ସହର ଜଣେ ଯୁବକ ସିଦ୍ଧାର୍ଥ ରାହୁଲ ମହାପାତ୍ର । ସିଦ୍ଧାର୍ଥଙ୍କ ଘର ବୌଦ୍ଧ ସହର ସ୍ଥିତ ରାମେଶ୍ୱର ବିହାରରେ । ସେ ୟୁକ୍ରେନର ରାଜଧାନୀ କ୍ୱିବ୍‌ରେ ଫସି ରହିଛନ୍ତି । ସିଦ୍ଧାର୍ଥ ୟୁକ୍ରେନର କ୍ୱିବ୍‌ରେ ମେଡିକାଲ ୟୁନିର୍ଭସିଟିର ୫ମ ବର୍ଷର ଛାତ୍ର । କିଭ ହରଲିସ୍କା ୧୨୪ରେ ଅଟକି ରହିଛନ୍ତି । ସିଦ୍ଧାର୍ଥ ୨୦୨୦ ୟୁକ୍ରେନରେ ମେଡିକାଲ ୟୁନିର୍ଭସିଟିରରୁ କ୍ରକ୍ ଟପ୍ପର ହୋଇଥିଲେ । ସିଦ୍ଧାର୍ଥଙ୍କ ଭିସା ସରିଯାଉଥିବାରୁ ଡାକ୍ତରୀ ପାଠ ଅଧାରେ ରହିଯିବା ଭୟରେ ସେ ଗତ ୧୨ ତାରିଖରେ ୟୁକ୍ରେନ ଯାଇଥିଲେ । କିନ୍ତୁ ହଠାତ୍ ଯୁଦ୍ଧ ପରିସ୍ଥିତି ହୋଇଯିବାରୁ ସେ ଆଉ ଫେରିପାରିନଥିଲେ । ସିଦ୍ଧାର୍ଥଙ୍କ ବାପା ପ୍ରଶାନ୍ତ କୁମାର ମହାପାତ୍ର ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ମା ଗୀତାରାଣୀ ଦଲାଲ ବତ୍‌ର୍ତ୍ତମାନ ପଂଚାୟତ ମହାବିଦ୍ୟାଳୟରେ ଅଧ୍ୟାପିକା ଅଛନ୍ତି । ସିଦ୍ଧାର୍ଥ ବତ୍‌ର୍ତ୍ତମାନ ଯେଉଁ ସ୍ଥାନରେ ରହିଛନ୍ତି ସେଠାରେ ପ୍ରବଳ ଗୋଳା ବାରୁଦ ବର୍ଷଣ ହେଉଥିବା ବେଳେ ଖାଇବା ପିଇବା ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ସୂଚନା ଦେଇଛନ୍ତି । ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ କୌଣସି ସହଯୋଗ ମିଳିପାରୁ ନଥିବାବେଳେ ଖାଇବା ଓ ପାନୀୟଜଳର ମଧ୍ୟ ଘୋର ଅଭାବ ଦେଖାଦେଇଥିବା ତାଙ୍କ ନିକଟରୁ ସୂଚନା ମିଳିଛି । ଏକମାତ୍ର ପୁତ୍ର ସିଦ୍ଧାର୍ଥଙ୍କୁ ନେଇ ପିତା ମାତା ଅନେକ ଚିନ୍ତାରେ ରହିଛନ୍ତି । ତେଣୁ ଓଡ଼ିଶା ତଥା ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ତୁରନ୍ତ ଉଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.