oom

ଜଳ ସଂରକ୍ଷଣ ସଚେତନେତା ଅଭିଯାନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହରୁ ଯୁବ କେନ୍ଦ୍ର, ପୁରୀ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଇଣ୍ଟେଲେକ୍‌ଚୁଆଲ କ୍ଲବ, ଘୋରଡିଆର ମିଳିତ ଆନୁକୂଲ୍ୟରେ ଜଳ ସଂରକ୍ଷଣ ସଚେତନେତା ଅଭିଯାନ ଉପରେ ଏକ ଶିବିର ଗତକାଲି ଅପରାହ୍ନରେ କଲ୍ୟାଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ଧାଉଡିଆ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଶିକ୍ଷାବିତ୍‌ ଗୋବର୍ଦ୍ଧନ ବରାଳ, ମୁଖ୍ୟବକ୍ତା ଭାବେ ସମାଜସେବୀ ଘନଶ୍ୟାମ ପ୍ରଧାନ, ସମ୍ମାନିତ ଅତିଥି ରୂପେ ସାମାଜିକ କର୍ମୀ ଗୋକୁଳ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଜଳ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ସ୍ୱେଚ୍ଛାସେବୀ ସୁଚିସ୍ମିତା ରାଉତରାୟ ସଂଯୋଜନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସମ୍ବର୍ଦ୍ଧନା କରିଥିଲେ । ଏଥିରେ ବିଷ୍ଣୁପ୍ରିୟା ମଙ୍ଗରାଜ, ରନୀତା ପ୍ରଧାନ, କୁନୀ ନାୟକ, ଅନୀତା ମହାପାତ୍ର, ଫୁଲ ମହାରଣା, ଗୀତାଞ୍ଜଳି ମହାରଣା, ପ୍ରଣତି ବେହେରା, ଶର୍ମିଷ୍ଠା ମାନସିଂହ, ସଂଜୁକ୍ତା ନାୟକ, କଳ୍ପନା ସ୍ବାଇଁ, ମମତା ନାୟକ, ବାସନ୍ତୀ ସେଠୀ ସମେତ ୭୦ରୁ ଅଧିକ ମହିଳା ଓ ଯୁବତୀ ଅଂଶଗ୍ରହଣ କରିଥିଲେ । ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ବାବୁରାମ ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.